A, AB ଓ Rh+ ରକ୍ତ ବର୍ଗକୁ ରହିଛି ଅଧିକ କୋଭିଡ ସଂକ୍ରମଣ ଆଶଙ୍କା
ନୂଆଦିଲ୍ଲୀ : ସଦ୍ୟତମ ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁସାରେ କିଛି ନିର୍ଦ୍ଦିଷ୍ଟ ରକ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ କୋରୋନା ଭୂତାଣୁ ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇପାରେ । ରକ୍ତ ବର୍ଗ A, B ଓ RH+ ବ୍ୟକ୍ତିଙ୍କୁ ଏହି ଭୂତାଣୁର ସଂକ୍ରମଣ ଆଶଙ୍କା ଅଧିକ ଥିବା ଏକ ଅନୁଧ୍ୟାନରୁ ପ୍ରକାଶ କରିଛି ଦିଲ୍ଲୀର ଏକ ଘରୋଇ ମେଡିକାଲ କଲେଜ ।
୨୦୨୦ ଏପ୍ରିଲ୍ ୮ରୁ ୨୦୨୦ ଅକ୍ଟୋବର ୪ ପର୍ଯ୍ୟନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୫୮୬ ରୋଗୀଙ୍କୁ ଏହି ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ରକ୍ତବର୍ଗ A, B ଏବଂ Rh+ ର ଲୋକମାନେ କୋଭିଡ-୧୯ ସଂକ୍ରମଣରେ ଅଧିକ ସଂକ୍ରମିତ ହୋଇଥାନ୍ତି । ଏଥି ସହିତ, O, AB ଏବଂ Rh- ରକ୍ତବର୍ଗର ଲୋକମାନେ କୋଭିଡ -୧୯ ସଂକ୍ରମଣରେ କମ୍ ସଂକ୍ରମିତ ହୁଅନ୍ତି ବୋଲି ରିପୋର୍ଟରେ ତଥ୍ୟ ସାମ୍ନାକୁ ଆସିଛି ।
