୪ ଫୁଟ୍ ଲମ୍ବର ତମ୍ପ ସାପ ଉଦ୍ଧାର
ନୀଳଗିରି : ନୀଳଗିରି ବସ୍ଷ୍ଟାଣ୍ଡ ପାଖ ସାଇରାମ କଲୋନୀର ଭାଜପା ଜିଲା ଉପ-ସଭାପତି ଗଙ୍ଗାଧର ମିଶ୍ରଙ୍କ ଘରୁ ତମ୍ପ ସାପ ଉଦ୍ଧାର କରାଯାଇଛି । ଗତ ବୁଧବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ସାପଟି ତାଙ୍କ ଘର ବାରଣ୍ଡା ପାଖରେ ଗୋଟେ କୋଣରେ ଥିଲା । ଖବର ପାଇ ସମାଜସେବୀ ହରେକୃଷ୍ଣ ରାଉତ ଘଟଣାସ୍ଥଳକୁ ଯାଇ ପ୍ରାୟ ୪ ଫୁଟ୍ ଲମ୍ବର ତମ୍ପ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିଲେ । ଶ୍ରୀ ମିଶ୍ର ସାପ ଧରାଳୀ ହରେକୃଷ୍ଣ ରାଉତଙ୍କର ଏତେ ରାତିରେ ସାହାଯ୍ୟ ପାଇ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।
