ୟୁଟ୍ୟୁବ୍ ଭିଡିଓ ଦେଖି ଶିଶୁ ଜନ୍ମ କଲେ ୧୭ ବର୍ଷୀୟ ନାବାଳିକା
ନୂଆଦିଲ୍ଲୀ: ୟୁଟ୍ୟୁବ୍ ଭିଡିଓ ଦେଖି ନିଜ ଘରେ ଏକ ଶିଶୁକୁ ଜନ୍ମ ଦେଲେ ଜଣେ ୧୭ ବର୍ଷର ନାବାଳିକା ଝିଅ । ଏହି ଘଟଣାଟି କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି । ୧୭ ବର୍ଷର ଝିଅଟି ଅକ୍ଟୋବର ୨୦ରେ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି। ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନ ଥିବା ଜଣାପଡ଼ିଛି। ଶିଶୁଟି ଜନ୍ମ ହେବାର ତିନି ଦିନ ପରେ ହିଁ ଯୁବତୀଙ୍କ ମାଆ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। କାରଣ ପ୍ରସବ ପରେ ଯୁବତୀଙ୍କଠାରେ ସଂକ୍ରମଣ ଜନିତ ସମସ୍ୟା ଦେଖାଯାଇଥିଲା ଏବଂ ଶିଶୁଟି କାନ୍ଦ ମଧ୍ଯ ଶୁଣିବାକୁ ପାଇଥିଲେ।
ପୋକ୍ସୋ ନିୟମ ଅନୁଯାୟୀ ଅଭିଯୁକ୍ତ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମାଆ ଏବଂ ଶିଶୁଙ୍କୁ ମଞ୍ଜେରୀସ୍ଥିତ ସରକାରୀ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଅଛନ୍ତି। ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ,ସେ ପ୍ରସବ ସମୟରେ କୌଣସି ବାହ୍ୟ ସହାୟତା ନେଇ ନ ଥିଲେ। ଅକ୍ଟୋବର ୨୨ ରେ ଶିଶୁଟିର କାନ୍ଦ ଶୁଣି ଝିଅର ପିତାମାତା ଜାଣିବାକୁ ପାଇଥିଲେ। ଝିଅଟି ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରେ। ତାଙ୍କ ପିତାମାତା ଦୃଷ୍ଟିହୀନ କାରଣରୁ ସେମାନେ ମଧ୍ଯ ଜାଣି ପାରି ନ ଥିଲେ ଯେ ପିଲାଟି ଗର୍ଭବତୀ ଅଛି। ଝିଅ ଏବଂ ୨୧ ବର୍ଷ ବୟସ୍କ ପୁରୁଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ସମୟ ପାଇଁ ଚାଲିଥିଲା । ଝିଅଟିର ବୟସ ୧୮ ବର୍ଷ ହେବା ପରେ ଉଭୟ ବିବାହ କରିବାକୁ ଯୋଜନା କରିଥିଲେ। ସୂଚନା ଯେ, ଝିଅଟିର ବାପା ଜଣେ ସୁରକ୍ଷାକର୍ମୀ ଏବଂ ତାଙ୍କ ମା ଅସୁସ୍ଥ ଅଛନ୍ତି। ତାଙ୍କ ଭଉଣୀ, ଯିଏ ବିବାହିତ ଏବଂ ତାଙ୍କ ଭାଇ ଛାତ୍ର, କ୍ୱଚିତ୍ ସେମାନଙ୍କ ଘରକୁ ଆସନ୍ତି । ଗର୍ଭବତୀ ହେବା ପରେ ସେ ସର୍ବଦା ନିଜ କୋଠରୀ ଭିତରେ ରହି ଅନଲାଇନ୍ କ୍ଲାସ୍ କରିଥିଲେ ବୋଲି ପୋଲିସ କହିଛି। ଅକ୍ଟୋବର ୨୪ ରେ ପରିବାର ତାଙ୍କୁ ନବଜାତ ଶିଶୁ ସହିତ ଡାକ୍ତରଖାନା ନେଇଥିଲେ ଏବଂ ନାବାଳିକାଙ୍କ ଗର୍ଭଧାରଣ ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ଉଭୟ ମା ଓ ଶିଶୁ ମଞ୍ଜରୀର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
