ଶୀତକାଳିନ ସ୍ୱତନ୍ତ ଜାତୀୟ ସେବା ଶିବିର ଉଦ୍ଯାପିତ
ଜଳେଶ୍ୱର : ଜଳେଶ୍ୱର ପୌରପାଳିକରେ ଅବସ୍ଥିତ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆରୁହାସ୍ଥିତ ହରପ୍ରସାଦ ଏକାଡେମୀ ପରିସରରେ ୭ ଦିନ ବ୍ୟାପି ଶୀତକାଳିତ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆଜି ଏହି ସଭାରେ ଅଧ୍ୟାପକ ଅଶୋକ କୁମାର ରଥ ପୌରହିତ୍ୱ କରିଥିଲେ । ଜିଲାପରିଷଦ ଉଦାଧ୍ୟକ୍ଷା ଅନୁସୂୟା ପ୍ରଧାନ ଓ ଜ୍ଞାନବିକାଶ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଲେଲିନ୍ କୁମାର ପ୍ରଧାନ ଯୋଗଦେଇ ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନଙ୍କ ସେବା ମନୋଭାବ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ଦାସ, ଗୌରହରୀ ଦାସ, ସରପଂଚ ତପନୀ ଭୂୟାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରଗ୍ରାମ ଅଫିସର ଶ୍ରବଣ କୁମାର ନାଥ ବିବରଣୀ ପାଠ କରି ଏହି ଶିବିରରେ ବିଜ୍ଞାନ ଶିକ୍ଷକ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ଲାଷ୍ଟିକର ନିରାକରଣ, ସତ୍ୟମୟ ଆଚାର୍ଯ୍ୟଙ୍କ ଦ୍ୱାରା ସ୍ୱଚ୍ଛତା, ଅବନୀ ଚାନ୍ଦ ଓ ରବିନାରାୟଣ ପାତ୍ରଙ୍କ ଦ୍ୱାରା ଗଣମାଧ୍ୟମରେ ସେବା ଓ ଆତ୍ମ ନିଯୁକ୍ତି, ପ୍ରିୟବ୍ରତ ଦେଙ୍କ ଦ୍ୱାରା ନିଶାନିବାରଣ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ କମଳାକାନ୍ତ ଚନ୍ଦଙ୍କ ଦ୍ୱାରା ସମ୍ବିଧାନର ମୌଳିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ସଚେତନତା କରାଯାଇଥିଲା । ଶିବାନୀ ଭୂୟାଁ, ଫଗୁ ଟୁଡୁ, ଜୟଦେବ ପ୍ରଧାନ, ଇନ୍ଦ୍ରଜିତ୍ ସାହୁ ପଦ୍ମିନୀ ମହାନ୍ତି, ଅଜିତ୍ କାମିଳା ପ୍ରମୁଖ ନିଜର ଅନୁଭୂତି ପ୍ରକାଶ କରିଥିବା ବେଳେ ସୁନାରା ଖାତୁନ ଧନ୍ୟବାଦ ଅର୍ପଣ କରିଥିଲେ ।
