କଟକ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ବନ୍ଧୁମିଳନ
କଟକ : ନବ ବର୍ଷ ଅବସରରେ କଟକ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଉପଦେଷ୍ଟା ନବଘନ ପରିଡାଙ୍କ ସଭାପତିତ୍ୱରେ ସମ୍ପାଦକ ପ୍ରଫୁଲ ଚନ୍ଦ୍ର ଗୋଚ୍ଛାୟତ୍, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ବେହେରାଙ୍କ ସହଯୋଗରେ ସିଟି ହସପିଟାଲ ସ୍ଥିତ ସଂଘ ସମ୍ମିଳନୀ କକ୍ଷରେ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ରାଜ୍ୟ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ କର୍ମକତାଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ସମସ୍ତ କର୍ମକତାଙ୍କ ଉତରତୋର କାମନା କରିଥିଲେ । ସମ୍ପାଦକ ଶ୍ରୀ ଗୋଚ୍ଛାୟେତ୍ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ସଭାପତି ଶ୍ରୀ ରାଉତଙ୍କୁ ଲିଖିତ ଭାବେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭ୍ୟ ରାମଚନ୍ଦ୍ର ନାୟକ, ନନ୍ଦକିଶୋର ନାୟକ, ପ୍ରଭାତି ନାୟକ, ପବିତ୍ର ନାୟକ, ପ୍ରେମ ବାରିକ, ସେକ ମଞ୍ଜୁର, ସୁଧା ଗୋସ୍ୱାମୀ, ଚଚଂଳା ସ୍ୱାଇଁଙ୍କ ସମେତ ବହୁ କର୍ମକତା ପ୍ରମୁଖ ଯୋଗ ଦେଇ କେକ୍ କାଟି ପରସ୍ପର ମଧ୍ୟରେ ବଣ୍ଟନ କରିଥିବା ବେଳେ ସଭାପତି ଶ୍ରୀ ରାଉତ ସ୍ୱାସ୍ଥ୍ୟ ବିଭାଗର ବିଭାଗୟୀ ଅଧିକାରୀଙ୍କୁ ଖୁବ ଶୀଘ୍ର ଭେଟି ଏହି ଦାବୀ ବିଷୟରେ ଆଲୋଚନା କରିବେ ବୋଲି କହିଥିଲେ ।
