କଟକ କ୍ୟାଟେରିଂ ସଂଘ ପକ୍ଷରୁ ଶିଶୁ ଭବନରେ ଖାଦ୍ୟ ବଣ୍ଟନ
କଟକ : କଟକ କ୍ୟାଟେରିଂ ସଂଘ ପକ୍ଷରୁ ସଂଘର ସାଧାରଣ ସମ୍ପାଦକ ରଘୁନାଥ ପାତ୍ରଙ୍କ ନେତୃତ୍ୱରେ ଶିଶୁ ଭବନ ପରିସରରେ ରୋଗୀମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ପ୍ରାରମ୍ଭରେ ସମସ୍ତ କର୍ମକର୍ତ୍ତା ପରସ୍ପର ମଧ୍ୟରେ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କେକ୍ କାଟି ନବ ବର୍ଷଟିକୁ ଧୁମ୍ଧାମରେ ପାଳନ କରିଥିଲେ । ରବିବାର ଦିନ ଶିଶୁ ଭବନ ପରିସରରେ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ରୋଗୀମାନେ ଯେପରି ଅବସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଏହି ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା ବୋଲି ସାଧାରଣ ସମ୍ପାଦକ ଶ୍ରୀ ପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ସଂଜିବ ସାହୁ, ଉପଦେଷ୍ଠା ବୃନ୍ଦାବନ ସ୍ୱାଇଁଙ୍କ ସମେତ ବହୁ କର୍ମକର୍ତା ବୃନ୍ଦ ଉପସ୍ଥିତ ଥିଲେ ।
