ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀ ସଂଘର ବିଭିନ୍ନ ଦାବିନେଇ ମୁଖ୍ୟ ମନ୍ତ୍ରୀଙ୍କୁ ସ୍ମାରକପତ୍ର
ଜଳେଶ୍ୱର : ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ଜଳେଶ୍ୱର ଶାଖା ପକ୍ଷରୁ ଆଜି ସଭାପତି ରାଜାରାମ କରଶର୍ମା ଓ ସଂପାଦକ ଡ. ଲଳିତ ରଂଜନ ସେନାପତିଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଓଡିଶାରେ ଅନ୍ୟ ରାଜ୍ୟ ଭଳି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସୁବିଧା ପ୍ରଦାନ କରିବା, ନଗଦ ଟଙ୍କା ବିହୀନ ଚିକିତ୍ସାର ସୁବିଧା, ପ୍ରତିମାସ ୧୫ଶହ ଟଙ୍କା ଚିକିତ୍ସାଲାଗି ବ୍ୟବସ୍ଥା, ଅତିରିକ୍ତ ବର୍ଦ୍ଧିତ ପେନ୍ସନ ବ୍ୟବସ୍ଥା ଲାଗୁ କରି ୬୫ ବର୍ଷ ବୟସରେ ୫ ପ୍ରତିଶତ, ୭୦ବର୍ଷରେ ୧୦ ପ୍ରତିଶତ, ୭୫ ବର୍ଷରେ ୧୫ ପ୍ରତିଶତ ଏବଂ ୮୦ବର୍ଷରେ ଯଥାରିତି ଅତିରିକ୍ତ ବର୍ଦ୍ଧିତ ପେନ୍ସନ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି । ୨୦୦୪ ମସିହାରେ ନୂଆ ପେନ୍ସନ ନିୟମକୁ ବାତିଲ କରି ପୁରୁଣା ପେନ୍ସନ ନିୟମ ଲାଗୁ କରିବା ଏବଂ ସମସ୍ତଙ୍କ ପାଇଁ ଏକ ପେନ୍ସନ ନିୟମ ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି । ବିଡିଓଙ୍କୁ ଦାବିପତ୍ର ଦେବା ଅବସରରେ ଶିକ୍ଷକ ନେତା ଖଗେନ୍ଦ୍ରନାଥ ସାହୁ, କପିଳେଶ୍ୱର ମହାନ୍ତି, ଭାଗବତ ପରିଡା, ବିଭୁତି ଦାସ, ହେମନ୍ତ ଦାସ, କାଳିଚରଣ ପୃଷ୍ଟି, ସୁଶାନ୍ତ ପରିଡା, ଜ୍ୟୋତିଶଚନ୍ଦ୍ର କର, ସୁନିଲ ଗିରି ପ୍ରମୁଖ ଉପସ୍ଥିତ ଥିଲେ ।
