ସ୍ୱାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ
କଟକ : ଅନ୍ନପୂର୍ଣ୍ଣା ମହାରଣା ଥିଲେ ଅନନ୍ୟ ସାଧିକା ଓ ବିରଳ ବ୍ୟକ୍ତିତ୍ୱ । ସେ ଥିଲେ ତ୍ୟାଗ, ସେବା ଓ ତିତିକ୍ଷାର ମୂର୍ତ୍ତମନ୍ତ ପ୍ରତୀକ । ସ୍ୱାଧୀନତା ସଂଗ୍ରାମରେ ବାନର ସେନାର ନେତୃତ୍ୱ ନେବା ହେଉ ବା ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ପ୍ରତିଟି କ୍ଷେତ୍ରରେ ଅନ୍ନପୂର୍ଣ୍ଣାଙ୍କ ଯୋଗଦାନ ଅତୁଳନୀୟ ବୋଲି ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକୀରେ ବିଶିଷ୍ଟ ଅତିଥିମାନେ ସ୍ମୃତିଚାରଣ କରିଛନ୍ତି । ଉତ୍କଳ ଗାନ୍ଧି ସ୍ମରକନିଧି ଓ ସର୍ବୋଦୟ ପରିବାର ପକ୍ଷରୁ ବାଖରାବାଦ ଗାନ୍ଧିଭବନଠାରେ ଆୟୋଜିତ ସ୍ମୃତିଚାରଣ ସଭାରେ ହାଇକୋର୍ଟର ପ୍ରାକ୍ତନ ବିଚାରପତି ଚୈାଧୁରୀ ପ୍ରତାପ କେଶରୀ ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ଗାନ୍ଧି ଶାନ୍ତି ପ୍ରତିଷ୍ଠ।।ନର ରାଜ୍ୟ ସଭାପତି ମନୋରଂଜନ ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ, ଡଃ ସତ୍ୟ ରାୟ, ଜୟନ୍ତୀ ମଂଜରୀ ରଥ, ଡ. ସ୍ୱପ୍ନା ମହାପାତ୍ର, ଚିତ୍ତରଂଜନ ମହାନ୍ତି, ଜୟନ୍ତ ଦାସ, ରାମଚନ୍ଦ୍ର ଶୁକ୍ଳ, କର୍ମଦେବ ମହାରଣା, ଅନ୍ନପୂର୍ଣ୍ଣା ସାହୁ, ଯୁଗଳ ନାୟକ, ବିଶ୍ୱଜିତ ସୂର୍ଯ୍ୟବଂଶୀ, ଅନିମା ରାୟ, ଅହଲ୍ୟା ନାଥ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନ୍ନପୂର୍ଣ୍ଣାଙ୍କ ସହଯୋଗୀ ତଥା କସ୍ତୁରବା ଟ୍ରଷ୍ଟର ରାଜ୍ୟ ପ୍ରତିନିଧି ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ ଚଳିତ ବର୍ଷର ଅନ୍ନପୂର୍ଣ୍ଣା ସମ୍ମାନ ପ୍ରଦାନ କରାଯାଇଥିଲା । ଜ୍ଞାନ ରଂଜନ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।
