ଶ୍ରଦ୍ଧା ସବୁରି ସେବକ ସଂଘ ପକ୍ଷରୁ ଭଜନ ସନ୍ଧ୍ୟା
କଟକ : ଶ୍ରଦ୍ଧା ସବୁରି ସେବକ ସଂଘ ଆନୁକୂଲ୍ୟରେ ୮ମ ସାଇ ଭଜନ ସନ୍ଧ୍ୟା ଶିଖରପୁର ନଦୀକୂଳ ସାହିସ୍ଥିତ ହାରାମଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବଟେଶ୍ୱର ସାଇ ମନ୍ଦିରରୁ ସାଇଜ୍ୟୋତି ଅଣାଯାଇ ମଣ୍ଡପରେ ଥିବା ବାବାଙ୍କ ନିକଟରେ ସ୍ଥାପନ କରାଯାଇଥିଲା । ସଭାପତି କେଶବ ବାରିକ, ଦିଲ୍ଲିପ ଦାସ, ଅସୀତ ସାମଲ, ଅମୃତ ରଂଜନ ଦାସ, ସ୍ମୃତିରଂଜନ ସାହୁ ଓ ଲୋକରଂଜନ ଦାସଙ୍କ ନେତୃତ୍ୱରେ ଆଳତି କରାଯାଇଥିଲା । ସଂଘର ସଂପାଦକ ବିଶ୍ୱଜିତ ମହାନ୍ତିଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଭଜନ ସନ୍ଧ୍ୟାରେ ଡିସିପି ପିନାକ ମିଶ୍ର ଉଦଘାଟକ ରୂପେ ଯୋଗଦେଇ ଭଜନ ସନ୍ଧ୍ୟାକୁ ଉଦଘାଟନ କରିଥିଲେ । ଏହି ଅବସରରେ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହୋଇଥିବା ସାଇ ସଂକଳ୍ପତା ଭୁୟାଁଙ୍କୁ ମେଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ସାଇ ଭଜନ ସନ୍ଧ୍ୟାରେ ଛତିଶଗଡର ବିଶିଷ୍ଟ କଣ୍ଠଶୀଳ୍ପି ସ୍ୱର୍ଣ୍ଣରେଖା, ଓଡିଶାର ସୈାରଭ ନାୟକ, ମାନସୀ ପାତ୍ର, ପ୍ରଭୁପ୍ରସାଦ ନନ୍ଦଙ୍କ ସମେତ ବହୁ ପ୍ରତିଷ୍ଠିତ କଳାକାର ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ସୈାଭିକ ବିଶ୍ୱାଳ, ଆଲୋକ କୁମାର ଜେନା, ଅସୀତ ସ୍ୱାଇଁ, ଗଣେଶ୍ୱର ରାଉତ, କର୍ପୋରେଟର ସନ୍ତୋଷ ଭୋଳ, ଇଂ ସୁବ୍ରତ ଘଡାଇ, ସୁଭାଶିଷ ପଟ୍ଟନାୟକ, ଶୁକଦେବ ମହାନ୍ତି, ଭଗବାନ ବିଶ୍ୱାଳ, ପ୍ରକାଶ ପରିଡା, ଅଶୋକ ମହାନ୍ତି, ଜ୍ୟୋତିରଂଜନ ରାୟ, ଶୁଭେନ୍ଦୁ ମହାନ୍ତି, ନୟନ ମହାନ୍ତି, ନିକୁଂଜ ପଶାୟତ ପ୍ରମୁଖ ଯୋଗଦେଇଥିଲେ । ସଂଘର ଉପସଭାପତି ଉଲ୍ଲାସ ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମୃତିରଂଜନ ମହାନ୍ତି, ସୁଦାମ ସାହୁ, ଆଶୁତୋଷ ମହାନ୍ତି, ସନ୍ତୋଷ ସ୍ୱାଇଁ, ଅଭିଜିତ ସାହୁ, ଚିଣ୍ଟୁ ମିଶ୍ର, ଜିତେନ୍ଦ୍ର ଭୁୟାଁ, ସୈାମ୍ୟଜିତ ପରିଡା, ତୁଷାର ମଲ୍ଲିକ, ଚଣ୍ଡି ପ୍ରସାଦ ମହାନ୍ତି, ରୁଦ୍ର ଭୁୟାଁ, ମନମୋହନ ପ୍ରଧାନ, ଦୁର୍ଯ୍ୟୋଧନ ମହାପାତ୍ର, ରାଜେଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
