ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା
କଟକ : ଇମର୍ତ୍ତୀ ଦେବୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅବଦୁଲ୍ ଉସ୍ମାନ୍ ଖାନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡାକ୍ତର ରବିରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଶାଲ ଜାଳି ଉତ୍ସବ ଉଦ୍ଘାଟନ କରି ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସାହ-ବର୍ଦ୍ଧକ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡ଼ା ସଂସଦର ଉପ-ସଭାପତି ଡକ୍ଟର ପ୍ରମୋଦିନୀ ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ କ୍ରୀଡ଼ାବିତ୍ ରଞ୍ଜନ ମହାନ୍ତି ଅତିଥି ଭାବେ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଛାତ୍ରୀମାନେ କିଭଳି ଅଗ୍ରଗତି କରି ନିଜକୁ ପ୍ରତିଷ୍ଠିତ କରିପାରିବେ ଦିଗ୍ଦର୍ଶନ ଦେଇଥିଲେ । କ୍ରୀଡ଼ା ବିଭାଗର ପ୍ରଶିକ୍ଷିକା ମଞ୍ଜୁସ୍ମିତା ବିଶ୍ୱାଳ ବାର୍ଷିକ କ୍ରୀଡ଼ା ବିବରଣୀ ପାଠ କରିଥିଲେ । ବିଜୟୀ ଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସହ ଉପ-ସଭାପତି ସୁମିତା ଆଚାର୍ଯ୍ୟ ଓ ରାଜଶ୍ରୀ ମିଶ୍ର ଏହି ଉତ୍ସବର ପରିଚାଳନା କରିଥିଲେ । କ୍ରୀଡ଼ା ସଂସଦର ସହ ଉପ-ସଭାପତି ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
