ଆଜି ରାଉରକେଲା ବିମାନବନ୍ଦରରେ କରାଯିବ ବିମାନ ଅବତରଣ ଓ ଉଡ଼ାଣ ପରୀକ୍ଷଣ
ରାଉରକେଲା : ପୁରୁଷ ହକି ବିଶ୍ୱକପ୍ ପାଇଁ ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଛି । ଡିଜିସିଏ ପକ୍ଷରୁ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏଠାରେ ୩୮ ସିଟର ବିମାନ ଅବତରଣ ଓ ଉଡ଼ାଣ ପରୀକ୍ଷଣ କରାଯିବ । ପୂର୍ବାହ୍ଣ ୧୦ଟାରୁ ୧୧ଟା ମଧ୍ୟରେ ଏହି ପରୀକ୍ଷଣ କରାଯିବ । ପରୀକ୍ଷଣ ପରେ କେବଳ ହକି ଖେଳାଳି ଓ ଅଫିସିଆଲ୍ମାନଙ୍କୁ ନେଇ ଏହି ବିମାନ ଭୁବନେଶ୍ୱରରୁ ରାଉରକେଲା ଆସିବ । ଏତଦ୍ବ୍ୟତୀତ ରାଉରକେଲାରୁ ଭୁବନେଶ୍ୱରକୁ ଏଲାଇନ୍ସ ଏୟାରର ଏଟିଆର୍ ୭୨ ସିଟ୍ର ବିମାନ ଆସନ୍ତା ୭ ତାରିଖରୁ ଉଡ଼ାଣ ଭରିବ । ଏଥିଲାଗି ଏଲାଇନ୍ସ ଏୟାରର ଏରିଆ ମ୍ୟାନେଜର ଆର୍ ସିଂହ ୨୩ ତାରିଖରୁ ରାଉରକେଲାରେ ପହଞ୍ଚି ସାରିଛନ୍ତି ।
