ଭାଷା ଭାରତୀ ପ୍ରତିଭା ସମ୍ମାନ ସମାରୋହ-୨୦୨୨
ବାଲେଶ୍ୱର : ଭାଷାଭାରତୀ ଏକାଡେମୀ ପକ୍ଷରୁ ବୁଧବାର ଦିବସବ୍ୟାପୀ ସ୍ଥାନୀୟ ଆତିଥ୍ୟ ଭବନ ସମ୍ମିଳନୀ କକ୍ଷରେ ଭାଷା ଭାରତୀ ପ୍ରତିଭା ସମ୍ମାନ ସମାରୋହ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅପରାହ୍ନରେ ବହୁଭାଷୀ କବିତାପାଠୋତ୍ସବ ଏକାଡେମୀର ସଦସ୍ୟ କବି ଅଭୟ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅତିଥିଭାବେ ୟୁକୋବ୍ୟାଙ୍କର ରାଜଭାଷା ପ୍ରବନ୍ଧକ ରାଜୁରଂଜନ, କଟକ ସ୍ଥିତ ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥାନର ଅଧ୍ୟକ୍ଷ ଡ. ସତ୍ୟନାରାୟଣ ପଣ୍ଡା, ସାହିତ୍ୟିକ ହରପ୍ରସାଦ ପାଳ, ଏକାଡେମୀର ସଦସ୍ୟା ଡ. ସିନ୍ଧୁ ସେନ୍ ପ୍ରମୁଖ ଯୋଗଦେଇଥିବା ବେଳେ କବିତା ଗୁଡିକର ସଂଯୋଜନା କରିଥିଲେ ତାନଶ୍ରୀ ପାଣିଗ୍ରାହୀ ଓ ଡା. କୁମାର ଗୋପାଳ, ଦ୍ୱିତୀୟ ଅଧିବେଶନରେ ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ହିନ୍ଦୀକବି ଡ. ଭଗବତୀ ପ୍ରସାଦ ନିଦାରିଆ ଉଦ୍ଘାଟକ ଓ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଡ. ନିଦାରିଆ ତାଙ୍କ ଅଭିଭାଷଣରେ ଭାଷାର ସୁରକ୍ଷା ହେଲେ ସମାଜ ବଂଚି ରହିବ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରାବନ୍ଧିକ ତଥା ସମାଲୋଚକ ଡ. ମନ୍ମଥ କୁମାର ପ୍ରଧାନ, ସମ୍ମାନିତ ବକ୍ତାଭାବେ ଫକୀରମୋହନ ମହାବିଦ୍ୟାଳୟର ଅଧିସ୍ନାତକ ଓଡ଼ିଆ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ, ଭାଷା ଭାରତୀ ଏକାଡେମୀର କାର୍ଯ୍ୟକାରୀ ସଭାପତି ଡ. ଶଙ୍କରଲାଲ ପୁରୋହିତ, ଏକାଡେମୀର ସମ୍ପାଦିକା ମମତା ମହାପାତ୍ର, ଏକାଡେମୀର ସଦସ୍ୟ କାଳୀପଦ ପଣ୍ଡା, କବି ଅଭୟ ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭିକ ସୂଚନା ଦେଇଥିଲେ ଏକାଡେମୀର କର୍ମକର୍ତା ଡ. ବିଜୟ କୁମାର ମହାନ୍ତି, ଏହି ଅବସରରେ ସୁଶ୍ରୀ ଶୁଭଶ୍ରୀ ପରିଡ଼ା, ପ୍ରମିଳା ଓଝା, ନମିତା ସାମଲ, ଡ. ଭଗବାନ ବେହେରା ପ୍ରମୁଖଙ୍କୁ ଭାଷାଭାରତୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଫଣୀଶ୍ୱରନାଥ ‘ରେଣୁ’: ଏକ ନୟା ବିମର୍ଶ ତୁଳନାତ୍ମକ ଅଧ୍ୟୟନ, ସୃତି, ବିଜୟିନୀ ଦାସକି ଚୁନିହୁଇ କବିତାଏ ଏବଂ ଅକ୍ଷର ଅନନ୍ତ, ଗୁଲୁ ଆଉ ଏକ ସାତରଙ୍ଗୀ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଆଜିର ସାନ୍ଧ୍ୟ ଅଧିବେଶନକୁ କବି ସତ୍ୟଭାମା ମୁଦୁଲି ପରିଚାଳନା କରିଥିଲେ ।
