ପିପିଲିରେ ପଂଚାୟତସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ପିପିଲି : ଓଡ଼ିଶାରେ ହେଉଥିବା ଆର୍ନ୍ତଜାତୀୟ ହକି ପ୍ରତିଯୋଗିତା ପାଇଁ ଚଳଚଂଚଳ ହୋଇଉଠିଛି ସାରା ରାଜ୍ୟ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟର ସମସ୍ତ ପଂଚାୟତରେ ହକି ପାଇଁ ପଂଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପିପିଲି ର ସମସ୍ତ ପଂଚାୟତ ରେ ଏହି କ୍ରୀଡା ଉତ୍ସବ ପାଳିତ ହେଉଥିବା ବେଳେ ଦାଣ୍ଡମକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପଡିଆରେ ଏହି ପଂଚାୟତ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ପରେଶ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଏଥିରେ କବାଡି , ଖୋକୋ , ଫୁଟବଲ ଆଦି ପ୍ରତିଯୋଗିତା ରେ ନିକଟସ୍ଥ ୫ ଟି ସ୍କୁଲର ୨୧୪ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମକୁ ଗୋପବନ୍ଧୁ ମେମୋରିଆଲ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନନ୍ଦ ଙ୍କ ତତ୍ୱାଧାନରେ ହେଉଥିବା ବେଳେ କୁଳଶେଖରପାଟଣା ପଂଚାୟତ ର ସରପଂଚ ତନୁଜା ବେହେରା , ସି.ଆର.ସି ରମେଶ ଚନ୍ଦ୍ର ଦାଶ , ଶିକ୍ଷାବିତ ଶରତ କୁମାର ମିଶ୍ର , ସମାଜସେବୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର କ୍ରୀଡା ଶିକ୍ଷୟତ୍ରୀ ରୋଜିନା ପଣ୍ଡା ଏବଂ ନେତାଜୀ ସ୍ପୋଟିଂ କ୍ଲବ ର ସଦସ୍ୟ ମାନେ ପରିଚାଳନା କରିଥିଲେ । ସେହିଭଳି ଗୋବିନ୍ଦପୁର ହାଇସ୍କୁଲ ପରିସରରେ ଏହି ଉତ୍ସବ ପାଳନ ହେଉଥିବା ବେଳେ ସ୍ଥାନୀୟ ସରପଂଚ ସୌଦାମିନୀ ଦାଶ ଙ୍କ ଅଧ୍ୟକ୍ଷତା ରେ ସମାଜସେବୀ ଜାଗୃତି ପଣ୍ଡା ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ , ସମିତିସଭ୍ୟା କବିତା ଖଟୋଇ , ନାଏବ ସରପଂଚ ନୃସିଂହ ସ୍ୱାଇଁ , ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ପୁର୍ଣ୍ଣଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ସଭାରେ ଅତିଥି ମାନେ ପାଠ ସହ କ୍ରୀଡା ର ଗୁରୁତ୍ୱପୂର୍ଣ୍ଣ ରହିଥିବା ର କହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ଏହି ପ୍ରତିଯୋଗିତା ରେ ନିକଟସ୍ଥ ୬ ଟି ସ୍କୁଲର ୧୯୬ ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ସେନାପତି , ଖେଳ ଶିକ୍ଷକ ଗଣେଶ ଚନ୍ଦ୍ର ଦାସ , ଶିକ୍ଷୟତ୍ରୀ ତେଜସ୍ୱିନୀ ଦାସ ଏବଂ ସି.ଆର.ସି ଚିନ୍ତାମଣି ଓଝା ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
