କୃଷକ ଦୁର୍ଘଟଣା ବୀମା ରାଶି ପ୍ରଦାନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ପଂଚାୟତ(ଦୋବନ୍ଧା) ଗ୍ରାମର ଇସମାଇଲ ଖାନ କୃଷକ ଗତ ୧୫.୦୫.୨୦୨୨ରେ ଜଗତପୁର ଚାନ୍ଦବାଲି ରାସ୍ତାର ବାରୁଅ ନବୋଦୟ ବିଦ୍ୟାଳୟରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେ ଚଉଦକୁଲାଟ ପ୍ରାଥମିକ କୃଷି ସମବାୟ ସମିତିରେ ସେ ଋଣ ନେବା ସମୟରେ ୧୫ ଟଙ୍କା ୯୮ ପଇସା ଦେଇ ଏକ ବୀମା କରିଥିଲେ । ଦୁର୍ଘଟଣାରେ ସେ ମୃତ୍ୟୁବରଣ କରିଥିବାରୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କେନ୍ଦ୍ରାପଡା ଶାଖା ତରଫରୁ ବୁଧବାର ତାଙ୍କ ପତ୍ନୀ ରହିମା ବିବିଙ୍କୁ ୧ ଲକ୍ଷ ଟଙ୍କାର ଏକ ଚେକ୍ ବୀମା ରାଶି ବାବଦ ତାଙ୍କୁ ପ୍ରଦାନ କରାଯାଇଛି । ଏହି ରାଶି ପ୍ରଦାନ ସମୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ମ୍ୟାନେଜର ତାପସ ପ୍ରସାଦ ସିଂହ, ଏଆରସିଏସ ସନ୍ତୋଷ କୁମାର ଦାଶ, ଚଉଦକୁଲାଟ କୃଷି ସମବାୟ ସମିତିର ସଭାପତି ଦୁର୍ଗାଶିଷ ମହାନ୍ତି, ଉପ ସଭାନେତ୍ରୀ ମଧୁସ୍ମିତା ଦାସ, ସଂପାଦକ ହେମନ୍ତ କୁମାର ପାତ୍ର, ସମବାୟ ନିରୀକ୍ଷକ ସଚ୍ଚିଦାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
