ଜାତୀୟ ରେଡ଼କ୍ରସ ଓଡ଼ିଶା ତରଫରୁ ଶୀତ ବସ୍ତ୍ର ଓ ସାମଗ୍ରୀ ବଣ୍ଟନ
କନ୍ଧମାଳ : ଖଜୁରୀପଡା ବ୍ଲକର ଦୁର୍ଗମ ଅଞ୍ଚଳରେ ଆଜି ଭାରତୀୟ ଜାତୀୟ ରେଡ଼ କ୍ରସ ଓଡିଶା ଓ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଦ୍ୱାରା ଖଜୁରୀପଡା ଗ୍ରାମପଂଚାୟତ କୁନ୍ଧା, ମାର୍ଦିଗୋଛା, ଦାରେଜୁ ଓ ବିତଳି ରେ ଆଜି ଶୀତ ବସ୍ତ୍ର କମ୍ବଳ, ବାଲ୍ଟି, ମଗ ଓ ମଶାରି ପ୍ରଭୁତି ଏହି ଅଂଚଳରେ ବସବାସ କରୁଥିବା ୩୦ଜଣ ପରିବାର କୁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ସୁବାଷ ପ୍ରଧାନ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନ, ପିତାମ୍ବର ସାହୁ ପ୍ରମୁଖ ଉପସ୍ଥିତ ରହି ସବୁ ସାମଗ୍ରୀ ବଣ୍ଟନ କରାଯାଇଥିଲେ । କନ୍ଧମାଳ ଚିନ୍ତନ ପରିଷଦର ସମସ୍ତ ବରିଷ୍ଠ ନାଗରୀକ ଅନେକ ସମୟରେ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ ସମ୍ପାଦନ କରିବାକୁ ସର୍ବଦା ପ୍ରସ୍ତୁତ ବୋଲି ପରିଷଦର ଅଧ୍ୟକ୍ଷ ସୁଚନା ଦେଇଛନ୍ତି I
