ହକି ଇଣ୍ଡିଆ ସହ ଯୋଡ଼ି ହେଲା ଲିମ୍କା ସ୍ପୋର୍ଟ୍ସ
ନୂଆଦିଲ୍ଲୀ: ଭୁବନେଶ୍ବର ଓ ରାଉରକେଲାରେ ହେବାକୁଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ରେ ମୃଦ୍ୟୁ ପାନୀୟ ପାର୍ଟନର ଭାବେ ଲିମ୍କା ସ୍ପୋର୍ଟ୍ସ ହକି ଇଣ୍ଡିଆ ସହ ଯୋଡ଼ି ହୋଇଛି। ହକି ଇଣ୍ଡିଆ ଏଥିପାଇଁ କୋକା-କୋଲା କମ୍ପାନି ସହ ଚୁକ୍ତି କରିଛି।
ଲିମ୍କା ସ୍ପୋର୍ଟ୍ସ ହେଉଛି କୋକା-କୋଲା କମ୍ପାନିର ଏକ ପ୍ରଡକ୍ଟ। ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ବିଶ୍ବକପ୍ ଅବସରରେ ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍, ପ୍ରଶିକ୍ଷକ, ଅତିଥି, ଅଫିସିଆଲ୍ଙ୍କ ସହ ଅନ୍ୟମାନଙ୍କୁ କୋକା-କୋଲା କମ୍ପାନିର ମୃଦ୍ୟୁ ପାନୀୟ ପରଷା ଯିବ। ଲିମ୍କା ସ୍ପୋର୍ଟ୍ସ ହେଉଛି କମ୍ ମିଠାଯୁକ୍ତ କୋକା-କୋଲା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ହାଇଡ୍ରେସନ-ଆଧାରିତ ଏକ ପ୍ରଡକ୍ଟ। ଏହି ପ୍ରଡକ୍ଟ ଚଳିତ ବର୍ଷ ଆରମ୍ଭ ହୋଇଥିଲା। ଗ୍ଲୁକୋଜ୍ ଏବଂ ଇଲେକ୍ଟ୍ରୋଲାଇଟ୍ ଭିତ୍ତିକ ପାନୀୟରେ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଥିବାରୁ ଏହା ଖେଳାଳିଙ୍କୁ ସହଯୋଗ କରିବ। ‘‘ବିଶ୍ବକପ୍ ଲାଗି ଲିମ୍କା ସ୍ପୋର୍ଟ୍ସ ଅଫିସିଆଲ୍ ମୃଦ୍ୟୁ ପାନୀୟ ପାର୍ଟନର ହୋଇଥିବାରୁ ଆମେ ଖୁସି’’ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି।
