ଜୟପୁରକୁ ଉଡିବ ଆଉ ଏକ ବିମାନ
ଜୟପୁର : ଜୟପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଜୟପୁରରୁ ଭୁବନେଶ୍ୱରକୁ ନିୟମିତ ଚଳାଚଳ କରିବ ଆଉ ଏକ ଇଣ୍ଡିଆ ୱାନ୍ ଏୟାର ବିମାନ । ପୂର୍ବରୁ ଜୟପୁର ରୁ ଭୁବନେଶ୍ୱର ୯ଯାତ୍ରୀ ବିଶିଷ୍ଟ ବିମାନ ସେବା ଆରମ୍ଭ ହୋଇଛି ।ଜୟପୁର ରୁ ଅପରାହ୍ନ ୪ଟା ଭୁବନେଶ୍ୱର ପାଇଁ ବିମାନ ସେବା ଜାରି ରହିଛି ।କିନ୍ତୁ କମ ଯାତ୍ରୀ ବିଶିଷ୍ଟ ବିମାନ ସେବା କାରଣ ରୁ ଅନେକ ଯାତ୍ରୀ ବିମାନ ଟିକଟ ପାଇପାରୁ ନାହାନ୍ତି ।ଏଣୁ ସକାଳ ସମୟ ରେ ଜୟପୁର ଠାରୁ ଭୁବନେଶ୍ୱର ବିମାନ ସେବା ପାଇଁ ଆଉ ଏକ ମୀମାନ ଚାଳ ଚାଲ ପାଇଁ ଦାବି ହୋଇଥିଲା ।ଏନେଇ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଗତ ୦୧.୧୨.୨୦୨୨ ଚିଠି ଲେଖିଥିଲେ । ବିଧାୟକ ଙ୍କ ଦାବି ଗୁରୁତ୍ୱ ହୃଦବୋଧ କଲେ ମୁଖ୍ୟ ଶାସନ ସଚିବ । ସକାଳ ସମୟରେ ଜୟପୁର ରୁ ଭୁବନେଶ୍ୱର କୁ ନିୟମିତ ଆଉ ଏକ ବିମାନ ଚଳା ଚଳ ପାଇଁ ଅନୁମତି ଦେଇଥିବା ଜଣା ପଡ଼ିଛି ।ଏନେଇ ମୁଖ୍ୟ ଶାସନ ସଚିନ ଙ୍କୁ କୃତଜ୍ଞତା ଜଣେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି । ଏହି ନୂତନ ବିମାନ ଚଳା ଚଳ ଆରମ୍ଭ ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ଏହାର ଲାଭ ପାଇଁ ପାରିବେ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।
