ସାଇକେଲକୁ ଧକ୍କା ଦେଲା ବାଇକ : ଦୁଇ ଆହତ
ଚମ୍ପୁଆ : ଉପାନ୍ତ ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଳିକା ପ୍ରସାଦ ପେଟ୍ରୋଲ ପମ୍ପ ନିକଟରେ ଏକ ସାଇକେଲକୁ ବାଇକ ସାମ୍ନାସାମ୍ନି ଧକ୍କା ଦେବା ଫଳରେ ଉଭୟ ସାଇକେଲ ଓ ବାଇକ ଆରୋହୀ ଆହତ ହୋଇଛନ୍ତି । ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ମିଳିଥିବା ଖବର ଅନୁଯାଇ ରିମୁଳିପଟୁ ବାଇକ ଯୋଗେ ଆସୁଥିବା ମୟୁରଭଞ୍ଜ ଜିଲ୍ଲା ଶଙ୍କରପୁର ଗ୍ରାମର ସଞୟ ମହାନ୍ତ ନାମକ ବ୍ୟକ୍ତି କାଳିକା ପ୍ରସାଦ ପଟ୍ରୋଲପମ୍ପ ନିକଟରେ ବିପରୀତ ଦିଗରୁ ସାଇକେଲରେ ଆସୁଥିବା କାଳିକା ପ୍ରସାଦ ଗ୍ରାମର ଗୈାର ପାତ୍ର ଙ୍କୁ ସାମ୍ନା ସାମ୍ନି ଧକ୍କା ଦେଇ ଥିଲେ । ଫଳରେ ଦୁହେଁ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା କୁ ଚିକିତ୍ସା ପାଇଁ ପଠେଇ ଥିବା ଜଣାପଡିଛି ।
