ବିଜେଡ଼ି ପ୍ରତିଷ୍ଠା ଦିବସକୁ ବିରୋଧ କରି କଂଗ୍ରେସ କର୍ମୀ ଗିରଫ
ପୁରୀ : ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ପାଇଁ ହଜାର ହଜାର କର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସିଥିଲେ । ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହଜାର ହଜାର ପର୍ଯ୍ୟଟଙ୍କ ସହ ସହରବାସୀ ଅକଥନୀୟ ଟ୍ରାଫିକ ଅବବ୍ୟସ୍ଥା ମଧ୍ୟରେ ଫସି ରହିଥିଲେ । ବିଜେଡ଼ି ଏଭଳି କାର୍ଯ୍ୟକୁ ବିରୋଧ କରି ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସଦରବ୍ଲକ ଯୁବ କଂଗ୍ରେସ ସଭାପତି ଅବିନାଶ ମିଶ୍ରଙ୍କ ସହ କର୍ମୀମାନଙ୍କୁ ସଦର ଥାନା ପୋଲିସ ରାତିରୁ ଉଠାଇଆଣି ଅଟକ ରଖିଥିଲା । ଶ୍ରୀମନ୍ତ ମିଶ୍ର, ସୁଶାନ୍ତ ପଲେଇ, ଅଚ୍ୟୁତାନନ୍ଦ ନାୟକ,ପ୍ରଶନ୍ତ ପାଣି,ବିଷ୍ଣୁ ସ୍ୱାଇଁ, ତ୍ରିନାଥ ଜେନା, ରମେଶ ପ୍ରଧାନ,ମହେଶ୍ୱର ସାହୁ, ପ୍ରଦୀପ ପରିଡ଼ା,ବିଷ୍ଣୁ ପ୍ରଧାନ,ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖ ଅଟକ ରହିଥିଲେ । ସେହିପରି ମେଡ଼ିକାଲ ଛକଠାରେ କଂଗ୍ରେସର ଯୁବନେତା ଆଲୋକ ଦାଶଙ୍କ ନେତୃତ୍ୱରେ କର୍ମୀମାନେ ବିଜେଡ଼ି ବିରୋଧରେ ନାରାବାଜି ଦେଇ ପ୍ରତିବାଦ କରିବାରୁ ପୋଲିସ ଉଠାଇ ନେଇ ବଳିଆପଣ୍ଡା ଥାନାରେ ଅଟକ ରଖିଥିଲା । ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ର, ବସ୍ତି ନେତା ମନୋଜ ମଣ୍ଡଳ, ଯୁବନେତା ଆଦିତ୍ୟ ସାମନ୍ତରାୟ, ରିଷାନ ଦାଶ,ଜଗଦୀଶ ରାଉତ,ଷ୍ଟିପେନ ଯୋଶେଫ, ହୁଇପଜୁଲ ରେହେମାନ,ସୁନିଲ ନାୟକ,ଅମିତ ସ୍ୱାଇଁ, ମୁନା ଜେନା, ବିଶ୍ୱଜିତ ଦଳାଇ, ତ୍ରିନାଥ ବାରିକ, ମୋହନ ନାୟକ, ମହେଶ ସାହୁ,ରଞ୍ଜନ ବଳିୟାରସିଂହ ପ୍ରମୁଖ ଅଟକ ରହିଥିଲେ । ସେହିପରି ଯୁବନେତା ସ୍ୱାଧୀନ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇ ତାଙ୍କ ସହ ତାଙ୍କ କର୍ମୀମାନଙ୍କୁ ପୋଲିସ ଅଟକ ରଖିଥିଲା ।
