ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରି ଭାଜପାର ୪ ଘଣ୍ଟିଆ ସତ୍ୟାଗ୍ରହ
କେନ୍ଦୁଝର : ପୁରୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବାବେଳେ ଏହାକୁ ବିରୋଧ କରି ଭାଜପାର ୪ ଘଣ୍ଟିଆ ସତ୍ୟାଗ୍ରହ । ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା, ହିଂସା ଭଳି ଘଟଣା ବୃଦ୍ଧି ପାଇବା ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୪ ଘଣ୍ଟିଆ ସତ୍ୟାଗ୍ରହ କରିଛନ୍ତି । ଆୟୋଜିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଜିଲା ଯୁବମୋର୍ଚା ସଭାପତି ହେମ ରଂଜନ ବାରିକଙ୍କ ସଂଯୋଜନାରେ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ପୂର୍ବତନ ଜିଲା ପରିଷଦ ସଦସ୍ୟା ମମିତା ନାଏକ, ଜିଲା ସମ୍ପାଦିକା ବିଜୟଲକ୍ଷ୍ମୀ ପାତ୍ର,ଜିଲା ଭାଜପା ଯୁବମୋର୍ଚା ସାଧାରଣସମ୍ପାଦକ ଶବୀର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାଏକ ଉପସ୍ଥିତ ଥିଲେ । ସେହିପରି ପାଟଣା ବିଧାନସଭା ପ୍ରଭାରୀ କୃପା ସିନ୍ଧୁ ମହାନ୍ତ,ବିଧାନସଭା ପର୍ଯ୍ୟବେକ୍ଷକ ସୁଦର୍ଶନ ମହାନ୍ତ,ପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ରମେଶ ମହାନ୍ତ, ସାହାରପଡା ମଣ୍ଡଳ ସଭାପତି ବୁଲୁ ବାରିକ, ମହିଳା ନେତ୍ରୀ ସୋମବାରି ମୁଣ୍ଡା, ଉଦୟପୁରମଣ୍ଡଳ ନରହରି ମହାନ୍ତ, କେନ୍ଦେଇପଶି ର ମିତ୍ରଭାନୁ ମହାନ୍ତ, ଉଖୁଣ୍ଡା ରୁ ପ୍ରବୀର ରଂଜନ ନାଏକଙ୍କ ସହ ଛାମୁଆ ସଂଗଠନର ବହୁ ବରିଷ୍ଠ ନେତା ବିଜେଡି କୁଶାସନର ଚିଠା ଉପସ୍ଥାପିତ କରିବା ସହ ଏହାର ତୀବ୍ର ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା ।
