ବାରିପଦା ଷ୍ଟାଡିୟମରେ ଫାଓ ରେଫରୀ ପରୀକ୍ଷା ଅନୁଷ୍ଠିତ
ବାରିପଦା : ଓଡିଶା ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଏବଂ ମୟୁରଭଂଜ ଏଥଲେଟିକ ଆସୋସିଏସନର ସହଯୋଗରେ ବାରିପଦା ଷ୍ଟାଡିୟମ ପରିସରରେ ଫାଓ ରେଫେରୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ଓ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ମୟୁରଭଂଜର ୫୮ ଜଣ, କେନ୍ଦୁଝରର ୧୪, ଭଦ୍ରକର ୨, ବାଲେଶ୍ୱରର ଜଣେ ଓ ଯାଜପୁରର ଜଣେ ସମେତ ମୋଟ ୭୬ ଜଣ ଭାଗ ନେଇଥିଲେ ଓ ପ୍ରଥମ ଦିନ ରେଫେରୀ ପରୀକ୍ଷାର୍ଥୀ ମାନଙ୍କୁ ଖେଳର ନିୟମ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ଓ ଦ୍ୱିତୀୟ ଦିନ ଶାରୀରିକ ଦକ୍ଷତା ପରୀକ୍ଷା ସହ ଅନଲାଇନ ଥିଓରୀ, ପ୍ରାକ୍ଟିକାଲ ଓ ଭାଇଭା ପରୀକ୍ଷା କରାଯାଇଥିଲା ଓ ପରୀକ୍ଷାର୍ଥୀ ମାନଙ୍କୁ ବିଭିନ୍ନ କୌଶଳ ବିଷୟରେ ଓଡିଶା ରେଫେରୀ ମୁଖ୍ୟ ଦୁର୍ଗା ମାଧବ ନାଏକ ପ୍ରଶିକ୍ଷଣ ଦେଇଥିଲେ ଓ ବାରିପଦାରେ ଏହି ପରୀକ୍ଷାର ଆୟୋଜନ କରିଥିବାରୁ ମୟୁରଭଂଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ଫୁଟବଲ ସହ ସମ୍ପାଦକ ଅମର କୁମାର ସେଠି, ସମସ୍ତ କାଉନସିଲ ସଦସ୍ୟ ତଥା ପରୀକ୍ଷାର୍ଥୀ ମାନେ ଫାଓର ସମ୍ପାଦକ ଆଶୀର୍ବାଦ ବେହେରା ଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ
