ବିହାରର ପୂର୍ବ ଚମ୍ପାରଣରେ ଚିମନୀ ବ୍ଲାଷ୍ଟରେ ପାଞ୍ଚ ଶ୍ରମିକଙ୍କ ମୃତ୍ୟୁ
ପାଟଣା : ବିହାରରେ ପୂର୍ବ ଚମ୍ପାରଣ ଜିଲ୍ଲାର ରାମଗଢ଼ବା ପ୍ରଖଣ୍ଡର ଆମୋଦଇରେ ଶୁକ୍ରବାର ସନ୍ଧ୍ୟାରେ ଚିମନୀ ବ୍ଲାଷ୍ଟ ହେବାରୁ ପାଞ୍ଚ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘଟଣାରେ ୧୨ ଲୋକ ଆହତ ହୋଇଛନ୍ତି । ରମଗଢ଼ବା ଥାନା ପ୍ରଭାରୀ କହିଛନ୍ତି ଯେ ଏବେ ପର୍ଯ୍ୟନ୍ତ ପାଂଚ ଲୋକଙ୍କ ମୃତ୍ୟୁର ସୂଚନା ହୋଇଛି । ଏହାବ୍ୟତୀତ ଚାରି ଗୁରୁତର ହୋଇଥିବାବେଳେ ତିନି ଆଂଶିକ ରୂପେ ଆହତଙ୍କ ଚିକିତ୍ସା ସ୍ଥାନୀୟ ପିଏଚ୍ସିରେ ହେଉଛି । ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲ ପଠାଇବାର ପ୍ରସ୍ତୁତି ହେଉଛି ।
