ବେଆଇନ ଗୋ ଚାଲାଣ ବନ୍ଦ କରାଯାଉ
ଜୟପୁର : ବୈପାରିଗୁଡା ଠାରୁ ଗୋବିନ୍ଦପାଲ୍ଲୀ ରାସ୍ତାରେ ମାତ୍ର ୧୪ କି.ମି. ଦୂରରେ ଟୋପଯୋଡି ଠାରେ ଏକ କେଂଟନର ରେ ଅବାଧ ଗୋଚାଳନା ବେଳେ ଦୁର୍ଘଟଣା ଘଟି ପ୍ରାୟ ୪୦ ରୁ ଉର୍ଦ୍ଧ୍ୱ ଗୋମାତା ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଗୋମାତା ଜୀବିତ ଉଦ୍ଧାର କରାଯାଇଥିଲା । ବିଶ୍ୱହିନ୍ଦୁ ପରିଷଦ ତରଫରୁ ବୈପାରିଗୁଡା ଉପଖଣ୍ଡର ସଭାପତି ନିର ଭାଇ ଓ ସେଠାର ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତା ଯାଇ ଥାନା ରେ ଏତଲା ଦେଇଥିଲେ । ଜିଲ୍ଲା ସଙ୍ଘଠନ ତରଫରୁ ଲକ୍ଷ୍ମୀନାରାୟଣ ପଢି,ରାଜନିକାନ୍ତ ନାୟକ ଜିଲ୍ଲା ସ୍ପଚ ରଉପାଧ୍ୟକ୍ଷ ଦେବେନ୍ଦ୍ର ବାହିନୀପତି, ହିନ୍ଦୁ ସଙ୍ଗଠନର ଲଳିତ ଅଗ୍ରୱାଲ ଓ ବହୁ କାର୍ଯ୍ୟକର୍ତା ଘଟଣା ସ୍ଥଳରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀଙ୍କ ଆଗରେ ବେଆଇନ ଗୋଚାଲାଣକୁ ବନ୍ଦ କରିବା ସହ ବୈପାରିଗୁଡା ର ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବୈପାରିଗୁଡା ଥାନାଧିକାରୀଙ୍କ ଜରିଆରେ ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀଙ୍କୁ ଏକ ଦାବିପତ୍ର ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ତରଫରୁ ଦିଆଯାଇଥିଲା ।
