ଡିସେମ୍ବର ୨୪ ରୁ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଚୁଡାନ୍ତ ପ୍ରସ୍ତୁତି ନେଇ ବାରିପଦାରେ ସାମ୍ବାଦିକ ସମ୍ମିଳନୀ
ବାରିପଦା : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜ୍ୟର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫୦ ବର୍ଷ ପୂର୍ତି ଉପଲକ୍ଷେ ରାଜ୍ୟରେ ସମସ୍ତ ଇଶ୍ୱରିୟ ଯୋଗ ସେବା କେନ୍ଦ୍ର ଗୁଡିକରେ ଜିଲ୍ଲା ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ବାରିପଦା ପୁରୁଣା ହାଟ ସାହିସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ଯୋଗ ସେବା କେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ମୁଖ୍ୟ ସଂଚାଳିକା ବିକେ ଉମା ଭଉଣୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀର ଦୁଇ ଦିନିଆ କାର୍ଯ୍ୟସୂଚୀ ଉପରେ ଯୋଗ କେନ୍ଦ୍ରର ବ୍ରହ୍ମାକୁମାରି ଗୀତା ଭଉଣୀ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଇଶ୍ୱରୀୟ ସନ୍ଦେଶ ପ୍ରଚାର କରୁଥିବା ଜିଲ୍ଲାର ୬ ଜଣ ସାମାଜିକ କର୍ମୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଓଡ଼ିଶାର ମୁଖ୍ୟ ଯୋଗ କେନ୍ଦ୍ର କଟକର ସଂଚାଳିକା ରାଜ ଯୋଗିନୀ ବିକେ କମଲେଶ ଦାଦିଜୀ, ସହ ସଂଚାଳିକା ରାଜ ଯୋଗିନୀ ବିକେ ସୁଲୋଚନା, ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ମାଉଂଟଆବୁ ରାଜସ୍ଥାନରୁ ରାଜଯୋଗି ବିକେ ସଂଜୟ ଭାଇ, ରାଜଯୋଗି ବିକେ ନଥମଲ, ବିକେ ଅରୁଣ ପଣ୍ଡା ଙ୍କ ସହିତ ବାଙ୍ଗିରୀପୋଷୀ ବିଧାୟକ ସୁଦାମ ମାରାଣ୍ଡି, ଏସଡିସି ଅଧକ୍ଷ ଡା. ଦେବାଶିଷ ମାରାଣ୍ଡି, ବିଶ୍ୱ ବିଦ୍ୟାଳୟର ପ୍ରଫେସର ଏମ ହିମାବିନ୍ଦୁ, ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦ୍ୱିତୀୟ ଦିନରେ ଓଡ଼ିଶା ଲୋକାୟୁକ୍ତ ଡ଼.ଦେବ୍ରବ୍ରତ ସ୍ୱାଇଁ , ଜିଲ୍ଲା ଦୌରାଜଜ୍ ଅରବିନ୍ଦ ପଟ୍ଟନାଏକ, ବିକେ ଅରୁଣ , ଏଜିଏମ୍ ଏନଏସପିଏଲ୍ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଯୋଗ କେନ୍ଦ୍ରର ସହ ସଂଚାଳିକା ବିକେ ଗୀତା ଭଉଣୀ ମଧ୍ୟ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
