ଦୁସ୍ଥ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ମାନସିକ ବିକୃତ ମହିଳା
ନବରଙ୍ଗପୁର : ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ରହିଛି ମାଳ ମାଳ ଯୋଜନା । ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେଥି ମଧ୍ୟରୁ ଭିନ୍ନକ୍ଷମଙ୍କ ପାଇଁ ବହୁତ ସୁନ୍ଦର ଯୋଜନା ମାନ ରହିଛି ଏହାର । କିନ୍ତୁ ତାହାର ବ୍ୟତିକ୍ରମ ଘଟିଛି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାନ ମସଗାଁ ପଂଚାୟତ ଅଧୀନ ଦିଗାଗୁଡ଼ା ଗ୍ରାମରେ । କୃଷ ପୂଜାରୀଙ୍କ ଗୋଟିଏ ପୁତ୍ର ଓ ଗୋଟାଏ ଝିଅ । ଝିଅଙ୍କ ନାଁ ଦୈମତି ପୂଜାରୀ ୪୪ ବର୍ଷୀୟା ମହିଳା ଦୀର୍ଘ ୧୦ ବର୍ଷ ଧରି ମନସିକ ବିକଳଙ୍ଗ ହୋଇ ଘର ସମ୍ମୁଖରେ ଥିବା ଖୋଲା ଗୋଷ୍ଠି କେନ୍ଦ୍ରର ଏକ ପରିତ୍ୟକ୍ତ ଗୃହ ରେ ଖୋଲା ମେଲାରେ ଅତି ଦୁସ୍ଥ ଅବସ୍ଥାରେ ଜୀବନ ବିତାଉଥିବା ନଜରକୁ ଆସିଛି । ଭାଇଙ୍କର ପରିବାର ଲୋକେ ନିକଟରେ ଥିବା ସତ୍ୱେ ସେ ସେହି ଘରକୁ ନ ଯାଇ ଅତି ଦୟନୀୟ ଅବସ୍ଥାରେ ଗତି କରିବା ସହ ଜୀବନ ମରଣ ସହ ସଙ୍ଘର୍ଷ କରି ବଂଚିରହିଥିବା ଦେଖିବାକୁ ମିଳିଛି । ମନସିକ ବିକୃତ ମହିଳା ହେବା ପରେ କିଛି ବର୍ଷ ଧରି ମହିଳା ଜଣଙ୍କୁ ମାସିକ ଭତା ପାଇ ଥିବା କହିଛନ୍ତି ଗ୍ରାମବାସୀ ମାନେ । କିନ୍ତୁ ଗତ ୫ ବର୍ଷ ଧରି ସେ ଭତା ପାଇବାରୁ ବଂଚିତ ହେବା ପରେ ତାଙ୍କ ପରିବାର ଲୋକେ ପ୍ରଶାସନଙ୍କୁ ବାରଂବାର ଦୁଃଖ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ଗ୍ରାମବାସୀ ମାନେ । ଭିନ୍ନକ୍ଷମ ପ୍ରମାଣ ପତ୍ର ଅଭାବରୁ ଓ ନିରକ୍ଷରତା ର ଅଭିଶାପ ହେତୁ ସରକାରୀ ସୁବିଧାରୁ ବଂଚିତ ହେଉଥିବା ବେଳେ ଦୈମତି ପୂଜାରୀ ଙ୍କୁ ଭତା ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ଉଠିଛି ଗ୍ରାମବାସୀଙ୍କ ପକ୍ଷରୁ ।
