କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା
ଭୁବନେଶ୍ୱର : ରାଜ୍ୟର କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ବେହେରା ଓଡିଶାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଶ୍ରୀ ବେହେରା ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ ଯେ ଆଗାମୀ ୧୩ରୁ ୨୯ ତାରିଖ ଯାଏ ହକି ପୁରୁଷ ବିଶ୍ୱକପ ପ୍ରତିଯୋଗୀତା ଭୁବନେଶ୍ୱର ଓ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।
