ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କର୍ମଚାରୀ ସଂଘର ବାର୍ଷିକୋତ୍ସବ
କଟକ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ କଟକ ମଙ୍ଗଳାବାଗ ସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ରୋଗ ଓ ଗବେଷଣା କେନ୍ଦ୍ର କର୍ମଚାରୀ ସଂଘର ବାର୍ଷିକୋତ୍ସବ ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରବି ନାରାଣ ସାହୁ ଯୋଗଦାନ କରି କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । କର୍ମଚାରୀମାନଙ୍କର ଦୀର୍ଘଦିନ ଧରି ଲାଗିରହିଥିବା ବିଭିନ୍ନ ସମସ୍ୟା ସହ ପେନସନ ଲାଗୁ କରିବାକୁ ନେଇ ଆଗାମୀ ଦିନରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ସାହୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ହୃଶିକେଷ ସାହୁ, ସହ-ସମ୍ପାଦକ ଆର.ଏନ ପାତ୍ର, ଜିନାରାଣୀ ମିଶ୍ର, ବବିତା ମହାନ୍ତି, ବାସନ୍ତିିଲତା ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜ୍ୟୋସ୍ନାରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
