ଆର୍.ଏମ୍ ସ୍କୁଲର ବାର୍ଷିକ କ୍ରୀଡା
କଟକ : ୪୨ ମୈାଜା କୁଳସରିଚୁଆଁ ଆରଏମ ସ୍କୁଲର ୨୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ଗୁରୁଜୀ ଓ କୁଲୁ ବାବାଙ୍କ ତଦାରଖରେ ୩ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରୀସନ୍ଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦଗାଟନ କରିଥିଲେ । ଭାରତ ଭୁଷଣ ରାୟ ଓ ରାଣା ପ୍ରତାପ ସିଂହ କ୍ରୀଡା ପରିଚାଳନାରେ ମାର୍ଗଦର୍ଶନ କରିଥିଲେ । ସ୍କୁଲର ଉପାଧ୍ୟକ୍ଷା ସରସ୍ୱତୀ ସାମନ୍ତରାୟ, ମାନସୀ ସ୍ୱାଇଁ, ସରୋଜିନୀ ସ୍ୱାଇଁ, ରୁପାଲୀ ସ୍ୱାଇଁ, ପ୍ରିୟତମା ମିସ୍, ସ୍ୱାଗତିକା ମିସ୍, ଲିନା ମିସ୍, ଓ ଦିପ୍ତି ମିସ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଜାନୁଆରୀ ୨୬ରେ ପୁରସ୍କୃତ କରାଯିବ ବୋଲି ସ୍କୁଲର ସଂଯୋଜକ କୁଲୁବାବା ପ୍ରକାଶ କରିଛନ୍ତି ।
