ସୁନା ଚେନ ଲୁଟ ଅଭିଯୋଗରେ, ଅଭିଯୁକ୍ତ ଗିରଫ
ଜୟପୁର : ଜୟପୁର ଟାଉନ ପୋଲିସ ସୁନା ଚେନ ଲୁଟ ମାମଲାର ପର୍ଦାଫାସ କରିଛି । ଏହି ମାମଲାରେ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟନଗର ଦାଶରିସାହିର ସୁରେଶ ହରିଜନ ଏଲିୟସ ସୁରଜ ବାଘ । ପୋଲିସ ସୁଚନା ଅନୁଯାଇ ଶିକ୍ଷୟତ୍ରୀ ରଶ୍ମି ଦୁବେ ସ୍ଲୁଲରୁ ଫେରୁଥିବା ବେଳେ ଗତ ୭.୧୨.୨୨ ଦୁଇ ଜଣ ଯୁବକ ଏକ ବାଇକରେ ଯାଇ ସୁନା ଚେନ ଲୁଟ କରିଥିଲେ । ଏନେଇ ଶିକ୍ଷୟତ୍ରୀ ଜଣକ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଗୁରୁତର ସହ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରି ଲୁଟ ହୋଇଥିବା ସୁନା ଚେନକୁ ଜବତ କରିଛି । ଜବତ ସୁନା ଚେନର ଆନୁମାନିକ ମୁଲ୍ୟ ୨ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାରେ ଅନ୍ୟ ଏକ ଅଭିଯୁକ୍ତ ଫେରାର ଥିବା ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।
