ଗଞ୍ଜେଇ ଜବତ, ଜଣେ ଗିରଫ
କଟକ : ୪୨ ମୈାଜା ଥାନା ପୋଲିସ ଆଜି ଅପରାହ୍ନରେ ଚଢଉ କରି ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିବା ସହ ତା’ ନିକଟରୁ ୩ କେଜି ୨୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ୪୨ ମୈାଜା ଥାନା ଅନ୍ତର୍ଗତ ଶିଶୁଆର ପ୍ରଶାନ୍ତ କୁମାର ଭୋଇ । ପ୍ରକାଶ ଯେ, ଗଞ୍ଜେଇ ଚୋରା କାରବାର ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ଥାନା ପୋଲିସ କାଠଯୋଡି ନଦୀ କୁଳ ଶିଶୁଆ ଅଂଚଳରେ ଚଢଉ କରିଥିଲା । ଚଢଉ ବେଳେ ଅଭିଯୁକ୍ତ ଗୋଟିଏ ଜରି ବ୍ୟାଗରେ ଏହି ପରିମାଣର ଗଞ୍ଜେଇ ଧରି ଗ୍ରାହକକୁ ଅପେକ୍ଷା କରିଥିଲା ବେଳେ ପୋଲିସ ହାବୁଡରେ ପଡିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
