ହିଞ୍ଜଳ ଜଗାରେ ହାର୍ଟ ଚେକଅଫ୍ ଶିବିର
ପୁୁରୀ : ବାଲିସାହି ହିଞ୍ଜଳ ଜାଗା ପରିସରରେ ଥିବା କଲ୍ୟାଣ ମଣ୍ଡପରେ ୨ ଦିନିଆ ହାର୍ଟ ଚେକଅଫ୍ ଶିବିର ଉଦ୍ଘାଟିତ ହୋଇଯାଇଛି । ଶିବିରକୁ ଉଦ୍ଘାଟନ କରିଥିଲେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ । ହାର୍ଟର କିପରି ଯତ୍ନ ନେବ,ଖାଦ୍ୟ,ବ୍ୟାୟାମ ସମ୍ପର୍କରେ ଡ଼ାକ୍ତରମାନେ ପରାମର୍ଶ ଦେଇଥିଲେ । ଏଥିରେ ଜାଗାର ସଭାପତି ଜିତେନ୍ଦ୍ର ମୁଦୁଲି,ସମ୍ପାଦକ କୁଳମଣି ସାହୁ,ଜାଗାର କର୍ମକର୍ତାମାନେ ଯୋଗ ଦେଇଥିଲେ । ବରିଷ୍ଠ ଛାତି ରୋଗ ବିଶେଷଜ୍ଞ ଡ଼ାକ୍ତର ଭାରତ ବିଜୟ ପୁରୋହିତ ଓ ତାଙ୍କ ଟିମ୍ର ୧୦ଜଣ ସଦସ୍ୟମାନେ ୧୦୦ଜଣ ବ୍ୟକ୍ତିଙ୍କ ହାର୍ଟ ଚେକଅଫ୍ କରିଥିଲେ । ଏହି ଶିବିର ଦୁଇଦିନ ଧରି ଚାଲିବ ।
