ଓକେସିଏଲ ତରଫରୁ ଜିଲ୍ଲାରେ ପ୍ରଥମ ଥର ନଲେଜ ସେଣ୍ଟର ସମ୍ମିଳନୀ ଆୟୋଜିତ
ବାରିପଦା : ବାରିପଦା ସ୍ଥିତ ପ୍ରୟାସ କନଫେରେନ୍ସ ହଲରେ ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ ତରଫରୁ ଏକ ନଲେଜ ସେଂଟର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତି ସମ୍ମିଳନୀକୁ ଉଦଘାଟନ କରିଥିବା ବେଳେ, ମୟୂରଭଂଜ ଜିଲ୍ଲା ଡିଏଲସି ଅଧ୍ୟାପକ ସମରେନ୍ଦ୍ର ବଶା ସଭାପତିତ୍ୱ କରିଥିଲେ । କମ୍ପାନୀର ପ୍ରୋଗ୍ରାମ ମେନେଜର ଶୁଶାନ୍ତ ଜେ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ, ଓକେସିଏଲ ର ଏମ ଡ଼ି ଡ଼. ମନୋରଞ୍ଜନ ପୁଥାଳ ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଆଲୋଚନା କରିବା ସହିତ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ସହ ଅନୁବନ୍ଧିତ ଏହି କମ୍ପୁଟର କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକରେ ଅଧିକୃତ ଶିକ୍ଷା କେନ୍ଦ୍ରରେ ଶିକ୍ଷା ଦାନ କରିଆସୁଛି । କିନ୍ତୁ ଆଜିକାର ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଡିଗ୍ରୀ,ଯୁକ୍ତ ଦୁଇ,ଆଇଆଇଟି ଓ ଆବାସିକ କଲେଜ ମାନଙ୍କରେ ଏହି ନଲେଜ ସେଂଟର ଆରମ୍ଭ କରାଯାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏହି ଆନ୍ତର୍ଜାତୀୟ ମାନର ଶିକ୍ଷା ଲାଭ କରିପାରିବେ ସେ ବିଷୟରେ ଉପସ୍ଥିତ ଥିବା ସମସ୍ତ ଅଧ୍ୟକ୍ଷ ସହିତ ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳର କଲେଜ ମାନଙ୍କରୁ ଶହେରୁ ଉର୍ଦ୍ଧ ଅଧ୍ୟାପକ ଓ ଅଧ୍ୟକ୍ଷ ଏଥିରେ ଉପସ୍ଥିତ ଥିଲେ । ସଭା ଶେଷରେ ସମ୍ପାଦିକା ଅନିତା ବଶା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଚନ୍ଦ୍ରଭାନୁ ଦାଶ, ସୁଭଦ୍ରା ମଣ୍ଡଳ,ସୁଦୀପ୍ତ ମହାପାତ୍ର ଆଦି ସହଯୋଗ କରିଥିଲେ ।
