ତ୍ରିଶୁଳିଆରେ ଖୋଲିଲା ‘ଗେମ୍ସ ପାରାଡାଇଜ୍ ଆଇ ଫନ ପାର୍କ
କଟକ : ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଖେଳକୁଦଠାରୁ ଆରମ୍ଭ କରି ମନୋରଞ୍ଜନ ନିମନ୍ତେ ପ୍ରଥମ ଥର ପାଇଁ କଟକର ତ୍ରିଶୁଳିଆଠାରେ ଖୋଲିଲା ଗେମ୍ସ ପାରାଡାଇଜ ଆଇ ଫନ୍ ପାର୍କ । ସ୍ଥାନୀୟ ଅଂଚଳର କୁନୀକୁନୀ ପିଲାମାନେ ଏହି ଗେମ୍ ଜୋନଟିକୁ ଉଦଘାଟନ କରିଛନ୍ତି । ୨୬ ଶହ ବର୍ଗଫୁଟ ପରିମିତ ଜାଗାରେ କଟକରେ ପ୍ରଥମ ଥର ପାଇଁ ଗୋଟିଏ ଛାତ ତଳେ ସଫ୍ଟ ପ୍ଲେ ଜୋନ, କାର୍ ରାଇଡର, ବାଇକ୍ ରାଇଡର, ଡଲ୍ କ୍ରେନ, ଟ୍ରାନ୍ସଫରମର ଗେମ୍, ଏଲିଅନ୍ ସୁଟ ଗେମ୍, ଥ୍ରୀ ଡି ସ୍କାଏ ଟ୍ରୁୃପର ଗେମ୍ ଏବଂ ଭିଜୁଆଲ ରେକର୍ଡର ଭଳି ଅନେକ ମନୋରଞ୍ଜନ ଧର୍ମୀ ଗେମ୍ ମହଜୁଦ ରହିବା ସହ ପିଲାମାନେ ଏଠାରେ ନିଜର ଜନ୍ମଦିନକୁ ମଧ୍ୟ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିପାରିବେ ଏବଂ ଏସବୁ ସୁଲଭ ମୂଲ୍ୟରେ ସମସ୍ତଙ୍କୁ ଯୋଗାଇ ଦିଆଯାଉଥିବାରୁ ଏହା ବେଶ ସମସ୍ତଙ୍କୁ ଆକର୍ଷଣୀୟ କରିପାରିବ ବୋଲି ପ୍ରୋପାଇଟର୍ ସ୍ମିତା ଦାସ ଓ ପୂଜା ଅଗ୍ରୱାଲା କହିଛନ୍ତି । ଏହି କାର୍ଯ୍ୟ୍ରକମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ଓ ସମିତି ସଭ୍ୟାଙ୍କ ସମେତ ସମସ୍ତ କର୍ମକତାମାନେ ଉପସ୍ଥିତ ଥିଲେ ।
