ମେଡିକାଲ କଲେଜରେ ଭର୍ତି କଲେ ଗୁରୁତର ଛାତ୍ରକୁ
ବଲାଙ୍ଗିର : ମାହେଶ୍ୱରୀ ର ସର୍ବଦା ପ୍ରୟାସ ଅସହାୟ ଅସ୍ଥାରେ ବ୍ୟକ୍ତି ବିଶେଷଙ୍କୁ ଶିଘ୍ର ସହାୟତା ପ୍ରଦାନ, ଆଜି ଆଗଲପୁର ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଚାଲିଥାଏ ହଠାତ ଖବର ମିଳିଲା ଯେ ସଦାନନ୍ଦ ମେହେର ନାମକ ଜଣେ ନବମ ଶ୍ରେଣୀ ଛାତ୍ର ର ବେକରେ ଜେବଲିନ ଗଳି ଯାଇଛି । ସଙ୍ଗେ ସଙ୍ଗେ ମାହେଶ୍ୱରୀ ର ଆଗଲପୁର ଶାଖାର ସଂଯୋଜକ ସନ୍ୟାସି ମେହେର ଓ ସଦସ୍ୟମାନେ ଚାଲିଯାଇ ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରଥମେ ଆଗଲପୁର ଡାକ୍ତରଖାନା ଓ ପରେ ପରେ ଭୀମଭୋଇ ମେଡିକାଲ କଲେଜ ଆଣି ତାର କିପରି ଉପଯୁକ୍ତ ଚିକିତ୍ସା ହୋଇ ପାରିବ । ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଥିଲେ । ଧନ୍ୟବାଦ ଦେଇଥିଲେ ସବୁ ଗଣ ମାଧ୍ୟମ ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ସବୁ ସଦସ୍ୟ ଏବଂ ପ୍ରଶାସନ କୁ ମାନଙ୍କ ଉତ୍ପରତା ପାଇଁ ପିଲାର ଜୀବନ ବଂଚି ଯାଇଛି ।
