ପ୍ରତିଭା ପରିବାର ତରଫରୁ ମେଧା ପ୍ରତିଯୋଗିତା
ବାଲେଶ୍ବର : ବାଲେଶ୍ବର ଜିଲା ଅଧୀନ ଖଇରା ର ପୂଜ୍ୟପୁଜା ସଙ୍ଗଠନ ପ୍ରତିଭା ପରିବାର ଆନୁକୁଲ୍ୟରେ ଶବିବାର ଦିନ ତୁଡିଗଡିଆ ଜୋନରେ ମେଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି I ତୁଡିଗଡିଆ ନିଳାମ୍ବର ହାଇସ୍କୁଲ ପରିସର ରେ ଆୟୋଜିତ ପ୍ରତିଯୋଗିତାକୁ ପ୍ରଧାନଶିକ୍ଷକ ଯଦୁନାଥ ଶିଅଳ ଉଦ୍ ଘାଟନ କରିଥିଲେ I ସଙ୍ଗଠନର ସଭାପତି ସନାତନ ବେହେରା ଓ ସମ୍ପାଦକ ଉମେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ I ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୫୬ଜଣ ପିଲାଙ୍କ ମଧ୍ୟରେ ନୃତ୍ୟଗୀତ,ଚିତ୍ରାଙ୍କନ,କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସଙ୍ଗଠନର ସଦସ୍ୟ ଶଶିକାନ୍ତ ଦାସ,ବୁଦ୍ଧିରାମ ପାଣିଗ୍ରାହୀ,ଡା ପ୍ରଭାକର ପଣ୍ଡା,ବିଷ୍ଣୁମୋହନ ମିଶ୍ର,ବିଭୁତି ଭୁଷଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ I ଛାତ୍ରୀଛାତ୍ରଙ୍କ ନୃତ୍ୟ ପରିବେଷଣ ବେଶ ମନୋମୁଗ୍ଧକର ଥିଲା I ସେହିଭଳି ଗତ ୩ତାରିଖରେ ଡୁଙ୍ଗୁରା ଠାରେ ଅନୁଷ୍ଠିତ ଜୋନ ସ୍ତରିୟ ପ୍ରତିଯୋଗିତାକୁ ପ୍ରଧାନଶିକ୍ଷକ ମାୟାଧର ସହୁ ଉଦ୍ ଘାଟନ କରିଥିଲେ I
