ବିଧାୟକଙ୍କର କଲେଜ ପରିଦର୍ଶନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଉନ୍ନୟନ ମୂଳକ କାର୍ଯ୍ୟକୁ ଗତି ଦେବାପାଇଁ ବୀଧାୟକ ଶଶି ଭୂଷଣ ବେହେରା ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ଶୁକ୍ରବାର ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡା କଲେଜ ପରିସରକୁ ଯାଇ ଏହାର ରାସ୍ତାଘାଟ ଅବସ୍ଥାସ, କଲେଜ ଭିତରର ପରିବେଶ, ଛାତ୍ରାବାସ ଓ ଛାତ୍ରୀ ନିବାସ, ଖେଳ ପଡିଆ, ପାର୍କ ପ୍ରଭୃତି ବୁଲି ଦେଖିବା ସହ ଆବଶ୍ୟକୀୟ ଉନ୍ନତି ବିଧାନ, ନବୀକରଣ, ସୈାନ୍ଦର୍ଯ୍ୟକରଣ ଓ କଲେଜ ପ୍ରବେଶ ପଥରେ ମୁଖ୍ୟ ଫାଟକର ଉଭୟ ପାଶ୍ୱର୍ରେ ବାଲି ଫିଲିଂ କରାଯାଇ ସୈାନ୍ଦର୍ଯ୍ୟ କରଣ କରାଯିବା ସହିତ ବୃକ୍ଷରୋପଣ ଓ ଘାସ ଗାଲିଚା ହେବ । ଏହା ସହ ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଥିବା ସାଇନ୍ସ ବ୍ଲକ କାର୍ଯ୍ୟ ତ୍ୱରାନିତ୍ୱ ଗତିରେ କରାଯାଇଛି । ଚଳିତ ମାସ ଡିସେମ୍ବର ସୁଦ୍ଧା କଲେଜ କତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା ସଂପର୍କରେ ପୁର୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । କଲେଜ ପରିସରରେ ଥିବା ବଗିଚାର ମୋ କଲେଜ ଅଭିଯାନ ମାଧ୍ୟମରେ ଉନ୍ନତିକରଣ କରାଯାଇ ଏକ ସୁନ୍ଦର ପୁଷ୍ପ ଉଦ୍ୟାନ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କଲେଜର ମୁଖ୍ୟ ସଡକରେ ଥିବା ଖାଲ ଖମାକୁ ପୁରଣ କରାଯାଇ ଫେବର ବ୍ଲକ କରାଯିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏହା ସହ ଛାତ୍ରାବାସ ଓ ଛାତ୍ରୀ ନିବାସର ଆନୁସଙ୍ଗୀକ ମରାମତି ସହ କଲେଜରେ ଅନୁକୂଳ ବାତାବରଣ ଓ ପରିବେଶ ସୃଷ୍ଟି ପାଇଁ ବିଧାୟକ ଶ୍ରୀ ବେହେରା ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ସହ ଘଟଣା ସ୍ଥଳ ପର୍ଯ୍ୟବେକ୍ଷଣ କରିଥିବା ଜଣାପଡିଛି । ଏହି ପର୍ଯ୍ୟବେକ୍ଷଣ ସମୟରେ ଅଧ୍ୟାପକ ପ୍ରଫେସର ସନ୍ଦିପ କୁମାର ମହାନ୍ତି, ଦେବେନ୍ଦ୍ର ନାଥ ଗୋଛାୟତ, ଜ୍ଞାନେନ୍ଦ୍ର ଦାସ, ରଞ୍ଜିତ୍ କୁମାର ଦାସ, ଅଶୋକ କୁମାର ଦାସ, ପ୍ରଭାକର ମଲିକଙ୍କ ସହିତ ପୁର୍ତ ବିଭାଗର ଆସିଷ୍ଟାଣ୍ଡ ଇଞ୍ଜିନିୟର ପ୍ରସନ୍ନ କୁମାର ସାମଲ, କାଉନସିଲର ପ୍ରଭାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
