କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଆଞ୍ଚଳିକ କୃଷି କର୍ମଶାଳା ଆଗାମୀ ୫ ବର୍ଷରେ କୃଷି କ୍ଷେତ୍ରକୁ ସୁବ୍ୟବସ୍ଥିତ ବିକାଶ ନିମନ୍ତେ ଲକ୍ଷ୍ୟ
ବାରିପଦା : ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନ ଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ତତ୍ୱାବଧାନରେ ଓଡିଶା କୃଷି ଓ କୃଷକ ଶଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ୧୦ ଗୋଟି ଜିଲ୍ଲାକୁ ନେଇ ଏକ ଆଂଚଳିକ ହିତାଧିକାରୀ ଉପଦେଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୟୁରଭଞ ଜିଲ୍ଲା ସମେତ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରୁ କୃଷକ ତଥା କୃଷିସହିତ ଅନ୍ୟାନ୍ୟ କ୍ଷେତ୍ରରେ ଜଡିତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଆଧ୍ୟକ୍ଷା ଭାରତୀ ହାଁସଦା ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ମାନିତ ଅଥିତି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ କୃଷି ଓ କୃଷି ସହିତ ଜଡିତ ଅନ୍ୟାନ୍ୟ କ୍ଷେତ୍ରକୁ ସୁବ୍ୟବସ୍ଥିତ କରି ବିକାଶ ଉଦେଶ୍ୟରେ ଆୟୋଜିତ ଏହି କର୍ମଶାଳାରେ ସାମଗ୍ରିକ ଭାବେ କୃଷି, ଉଦ୍ୟାନ, ପଶୁସମ୍ପଦ , ମୃତିକା, ଜଳ, ମତ୍ସ୍ୟ, ଜଳବାୟୁ ପରିବର୍ତନ ବିଭାଗକୁ ପରିସର ଭୁକ୍ତ କରାଯାଇ କୃଷିଜାତ ଦ୍ରବ୍ୟର ଉନ୍ନତି ପାଇଁ ସୁଯୋଗ ସୃଷ୍ଟି, ଖାଦ୍ୟପ୍ରକ୍ରିୟା କରଣ ଶିଳ୍ପର ଅଭିବୃଦ୍ଧି, ବିପଣନ ସଂଯୋଗୀକରଣ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା, ଶସ୍ୟ ଅମଳ ପରବର୍ତୀ ଭିତିଭୂମିକୁ ସୃଦୃଢ କରିବା, ମୃତିକା ଓ ଜଳ ପରି ପ୍ରାକୃତିକ ସାଧନର ଉତମ ପରିଚାଳନା, ବୈଷୟିକ ଜ୍ଞାନ କୌଶଳ ଉପଯୋଗ ଦ୍ୱାରା କୃଷିକ୍ଷେତ୍ରର ଯାନ୍ତ୍ରିକିକରଣ, ଶଷ୍ୟ ବିବିଧି କରଣ ଓ କୃଷି କ୍ଷେତ୍ର ପ୍ରସାରଣ, ଜଳ ବାୟୁ ପରିବର୍ତନ ହେତୁ ପ୍ରଭାବିତ ହେଉଥିବା ଚାଷର ମୁକାବିଲା କରିବା, ପ୍ରଶିକ୍ଷଣ ଦ୍ୱାରା ସାମର୍ଥ୍ୟ ନିର୍ମାଣ ଏବଂ ଗବେଷଣା ମାଧ୍ୟମରେ ବିକାଶ ଉପରେ ପ୍ରାଧାନ୍ୟ ଦେବା ଆଦି ବିଷୟ ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନାବାର୍ଡର ଡି.ଡି.ଏମ ସ୍ମୃତି ରଂଜନ ପଟ୍ଟନାୟକ, ଲିଡ଼ ବ୍ୟାଙ୍କ ମ୍ୟାନେଜେର ଶିବ ପ୍ରସାଦ ଚୌଧୁରୀ, ଭିଜିଓନେରୀ ଟିମର ଟିମ ଲିଡର ଶଶାଙ୍କ ସିଂହ, ଟିମ ମ୍ୟାନେଜେର ଯୋଗେଶ ଶତପଥି, ଅର୍ଥନୈତିଜ୍ଞ ସହୀନ ଇ ଲସ୍କର ପ୍ରମୁଖ ଯୋଗ ଦେଇଥବା ବେଳେ ୧୦ଟି ଜିଲ୍ଲା ର କୃଷି ବିଭାଗ ର ବିଭିନ୍ନ ପଦାଧିକାରୀ, ବୈଜ୍ଞାନିକ, କୃଷି ବିଭାଗର କର୍ମଚାରୀ ମାନେ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିବା ବେଳେ ଜିଲ୍ଲା କୃଷି ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଧନ୍ୟବାଦ ଅର୍ପଣ କରି ଥିଲେ ।
