ପି.ଏମ.ଏଫ.ଏମ.ଇ ଯୋଜନାର କର୍ମଶାଳା
ସୋନପୁର : ଜ଼ିଲ୍ଲା ଶିଳ୍ପ କେନ୍ଦ୍ର, ସୁବର୍ଣ୍ଣପୁର ଆନୁକୂଲ୍ୟରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଏକ ପ୍ରଧାନ ମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ସଂଗଠିକରଣ ଯୋଜନା ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବଳଭଦ୍ର ନାୟକଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ନିଶି ପୂନମ ମିଂଜ଼ ଉଦ୍ଘାଟନ କରି ଜ଼ିଲ୍ଲାରେ କୃଷି ଭିତ୍ତିକ ଶିଳ୍ପର ବ୍ୟାପକ ସମ୍ଭାବନା ତଥା ସୁଯୋଗ ରହିଛି ଏବଂ ଆଗ୍ରହୀ ଉଦ୍ୟୋଗୀ ମାନେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ କରି ନିଜେ ରୋଜଗାର କରିବା ସହ ଅନ୍ୟ ମାନଙ୍କ ପାଇଁ ରୋଜଗାର ଶୃଷ୍ଟି କରିପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅଥିତି ଭାବରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ପି.କେ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ ଚାଷର ବୈଜ୍ଞାନିକ ପଦ୍ଧତି ଦ୍ୱାରା ଫସଲ ଚାଷ କରି ତାର ଗୁଣ ପ୍ରକ୍ରିୟାକରଣ ମାଧ୍ୟମରେ ବୃଦ୍ଧି କରାଯାଇପାରିବ ତା ଉପରେ ଆଲୋକପାତ କରିଥିଲେ . ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ଼ୀ. ଏସ .ସିଂ, ପ୍ରାଣୀସମ୍ପଦ ବିଭାଗର ଡ଼କ୍ଟର ଅଶେଷ କୁମାର କର, ଜ଼ିଲ୍ଲା ମସ୍ଥ୍ୟ ଅଧିକାରୀ ପି.କେ ପଟ୍ଟନାୟକ,ଡିପିସି ମିଶନ ଶକ୍ତିର କାର୍ତିକ ନାୟକ, ଓର୍ମାସ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୁବରାଜ ସାହୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପି.ଏମ.ଏଫ.ଏମ.ଇ ର ରାଜ୍ୟ ପ୍ରକଳ୍ପ ପର୍ଯ୍ୟାଲୋଚନା ୟୁନିଟ ର ବିକାଶ ପାଣ୍ଡେ ଯୋଗ ଦେଇ ଏହି ଯୋଜନା ର ବିସ୍ତୁତ ଆଲୋଚନା କରିଥିଲେ ଓ ଏହି ଉପଲକ୍ଷେ ପି.ଏମ.ଏଫ.ଏମ.ଇ ଯୋଜନାର ସଫଳ ଉଦ୍ୟୋଗୀ ଭାବେ ମା ଅନ୍ନପୂର୍ଣ୍ଣା ମାର୍କେଟିଙ୍ଗ ସୋସାଇଟି ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସବିତା ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହସ୍ତ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ ଓ ଏଥିରେ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୪୦ ରୁ ଉର୍ଧ ଉଦ୍ୟୋଗୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ସମୀର ମୁଦୁଲି, ଶିଳ୍ପ ବିକାଶ ଅଧିକାରୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।
