ମଦ ଜବତ, ୨ ଗିରଫ
ବଲାଙ୍ଗିର : ତୁଷୁରା ପୁଲିସ ମଙ୍ଗଳବାର ଚଢଉ କରି ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତୁଷୁରାର ସତ୍ୟନାରାୟଣ ପଟ୍ଟନାୟକ (୩୪) ଓ ନୂଆପଡା ଗ୍ରାମର ସନ୍ତୋଷ ଭଣ୍ଡା (୫୨) । ସନ୍ତୋଷଙ୍କ ଠାରୁ ୮.୪ ଲିଟର ଓ ସତ୍ୟନାରାୟଣଙ୍କ ଠାରୁ ୯.୨ ଲିଟର ମଦ ଜବତ କରାଯାଇଛି । ପରେ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ତୁଷୁରା ଥାନା ଅଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି । ଏଏସଆଇ ଯୋଗେଶ୍ୱର ଧରୁଆ, ଏଏସଆଇ ଖାମସିଂ ମାଝୀ, କନେଷ୍ଟବଳ ସୁଦାମ ସା, ମନୋଜ ପଟେଲ, ଦମୟନ୍ତୀ ଭୋଇ, ନିରାକାର ଭୋଇ, ମଙ୍ଗଳା ମାଡକାମି ପ୍ରମୁଖ ଚଢଉରେ ସାମିଲ ଥିଲେ ।
