ହାଟପଦା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପଣ
ଜୟପୁର : ଜୟପୁର ସହର ହାଟପଦା ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆଜି ଲୋକାର୍ପଣ ହୋଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଲୋକାର୍ପଣ କରିଛନ୍ତି । ଲୋକାର୍ପଣ କାଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୋରାପୁଟ ଜିଲାପାଳ ଅବଦୁଲ ଅହମ୍ମଦ ଆକ୍ତର, ସିଡିଏମଓ ଅରୁଣ ପାଢୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା, ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା ପ୍ରମୁଖ ଉପସ୍ଥିତ ଥିଲେ । ଆରୋଗ୍ୟ କେନ୍ଦ୍ର ଆଜି ଲୋକାର୍ପଣ ହେବାରୁ ବାରିଣିପୁଟ, ଗଡପଦର ଓ ସହରର ଆଖ ଅଞ୍ଚଳର ଲୋକେ ଉପକୃତ ହୋଇ ପାରିବେ । ଏହା ସହ ଜିଲା ଚିକିତ୍ସାଳୟରେ ମଧ୍ୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ସହ ଘର ନିକଟରେ ଲୋକ ମାନେ ସ୍ୱାସ୍ଥ୍ୟ ସୁବିଧା ପାଇବେ । ଏଠାରେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା, ଔଷଧ ସହ ଫିଜିଓଥେରାପିର ମଧ୍ୟ ବ୍ୟବସ୍ଥା କରାଯାଇ ଥିବା ପ୍ରଶାସନ ସୂତ୍ରରୁ ସୂଚନା ଦିଆଯାଇଛି ।
