୬୧ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ
ଅସ୍ତରଙ୍ଗ : ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଠାକୁରାଣୀ ମା’ ଉକୁଳେଇ ପୀଠରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡ଼ା, ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡା. ବେବିତା ମଞ୍ଜରୀ ନାୟକ ଓ ନିମନ୍ତ୍ରିତ ଅତିଥିଭାବେ ଅତିରିକ୍ତ ବିଡିଓ ଯୋଗେନ୍ଦ୍ର ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ ।
ଅସ୍ତରଙ୍ଗ ବ୍ଲକରୁ ସମୁଦାୟ ୬୧ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ସରକାରୀ ବିଧି ବ୍ୟବସ୍ଥା ଭିତରେ ଅଞ୍ଚଳର ସମସ୍ତ ନାଗରିକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବା ସହିତ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଦିଆଯାଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଡିଓ ଡା. ନାୟକ ନିଜ ବକ୍ତବ୍ୟରେ କହିଛନ୍ତି । ଆସନ୍ତା ଜାନୁଆରୀ ୮ ତାରିଖରେ ଆଳଙ୍ଗପୁର ପଞ୍ଚାୟତ ଐଶାନେଶ୍ୱର ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ବୈଠକ କରାଯିବା ନେଇ ସମ୍ପାଦକ ଶ୍ରୀ ଛାଟୋଇ ସୂଚନା ଦେଇଛନ୍ତି ।
