ହୋହଲ୍ଲା ମଧ୍ୟରେ ବାଲିଆପାଳ ପଞ୍ଚାୟତ ସମିତିର ତୃତୀୟ ବୈଠକ ଅନୁଷ୍ଠିତ।ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଠାରୁ ରେଶନ ପାଉନଥିବା ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା କମ
ବାଲିଆପାଳ : ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବୁଧବାର ବାଲିଆପାଳ ପଞ୍ଚାୟତ ସମିତିର ତୃତୀୟ ବୈଠକ ହୋହଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଗୃହ ଆରମ୍ଭରେ ପ୍ରଥମେ ଖାଉଟି ଓ ଯୋଗାଣ ବିଭାଗର ଆଲୋଚନରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଯୋଗ୍ୟ ହିତାଧିକାରୀ ରେଶନ ପାଉନଥିବା ବେଳେ ବହୁ ଅଯୋଗ୍ୟ ହିତାଧିକାରୀ କଳ କୌଶଳ କରି ରେଶନକାର୍ଡ ହାତେଇଥିବା ନେଇ ବହୁ ବାକବିତଣ୍ଡା ଲାଗିଥିଲା।ଅଯୋଗ୍ୟ ହିତାଧିକାରୀ କଳ କୌଶଳ କରି ରେଷନ କାର୍ଡ ହାତେଇଥିବା କଥା ଉପରେ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ କହିଥିଲେ ଯେତିକି ଯୋଗ୍ୟ ହିତାଧିକାରୀ ରେଶନ ପାଇବାରୁ ବଞ୍ଚିତ ଅଛନ୍ତି ତାଠାରୁ ଅଧିକ ଅଯୋଗ୍ୟ ହିତାଧୀକାରୀ ଅନ୍ୟାୟ ଭାବେ ରେଶନ ପାଉଛନ୍ତି। ବିଭିନ୍ନ ସମୟରେ ନୂଆ ରେସନ ପାଇଁ ତଦନ୍ତ କରାଇବାକୁ ଯାଇସେ ବହୁ ଅଯୋଗ୍ୟ ହିତାଧୀକାରୀ ରେଶନ ପାଉଛନ୍ତି ବୋଲି ସୂଚନା ପାଇଛନ୍ତି । ଯଦି ସମସ୍ତ ନିର୍ବାଚିତ ପ୍ରତିନିଧି ସରପଞ୍ଚ, ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ମାନେ ତଦନ୍ତରେ ସହଯୋଗ କରିବେ ତାହାହେଲେ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ତାଲିକାରୁ ବାଦ ଦିଆଯାଇ ବାକି ଯୋଗ୍ୟ ହିତାଧିକାରୀଙ୍କ ନାମ ରେଶନ କାର୍ଡ ରେ ସଂଯୋଗ ହୋଇ ପାରିବ। ଯାହା ଦ୍ୱାରା ବାଲିଆପାଳ ବ୍ଲକରେ ଯୋଗ୍ୟ ହିତାଧୀକାରୀ ରେଶନ ପାଇବାରୁ ବଞ୍ଚିତ ହେବେନାହିଁ। ଅନ୍ୟ ଏଜେଣ୍ଡା ମଧ୍ୟରେ ୨୦୨୧-୨୦୨୨ ର ଏସଏଫସି ଓ ସିଏଫସି ମଞ୍ଜୁରୀ, ୨୦୨୧-୨୦୨୨ ରେ ହେଭି ରେନଫଲ ପ୍ରୋଜେକ୍ଟ ଏବଂ ୨୦୨୨-୨୦୨୩ ପ୍ରୋଜେକ୍ଟ ବିଷୟରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଏଜେଣ୍ଡା ଉପରେ ଆଲୋଚନା ସମୟରେ ହୋହଲ୍ଲା ପିଛା ଛାଡି ନଥିଲା।ଏଫଡିଆର କାମକୁ ସରପଞ୍ଚ ମାନେ ସମିତି ସଦସ୍ୟ ଓ ଜିଲ୍ଲା ପତିଷଦ ସଦଦ୍ୟଙ୍କୁ ସାମିଲ ନ କରି ନିଜ ଇଛା ମୁତାବକ କାର୍ଯ୍ୟ କରୁଥିବା ନେଇ ପ୍ରବଳ ପାଟି ତୁଣ୍ଡ ହୋଇଥିଲା।ଏ ବିଷୟରେ ଆଲୋଚନା କରାଯାଇ ସରପଞ୍ଚ ୪୦ ଭାଗ, ସମିତି ସଦସ୍ୟ ୪୦ ଭାଗ ଏବଂ ଜିଲ୍ଲା ପରିଷଦ ସଦଦ୍ୟ ମାନେ ୨୦ ଭାଗ କାମ ପାଇଁ ସୁପାରିଶ କରିପାରିବାର ସିଧାନ୍ତରେ ଏ ବିଷୟରେ ଶାନ୍ତ ପଡିଥିଲା।ବୈଠକରେ ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,ବାଲିଆପାଳ ବିଡ଼ିଓ ଵିନୋଦ କୁମାର ପଣ୍ଡା,ଉପାଧ୍ୟକ୍ଷ ରାଜେଶ ଚୌଧୁରୀ,ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି ମହେଶ୍ୱର ଜେନା ,ଜିଲ୍ଳା ପରିଷଦ ସଦସ୍ୟ ବାବାଜୀ ଦେହୁରୀ,୨୩ ନମ୍ୱର ଜୋନର ଜିଲ୍ଳା ପରିଷଦ ସଦସ୍ୟ ବେଣୁଧର ଜେନା,୨୨ନମ୍ୱର ଜୋନର ଜିଲ୍ଳା ପରିଷଦ ସଦସ୍ୟ ନିଶାକର ସେଠୀ,୨୧ନମ୍ବର ଜୋନର ଜିଲ୍ଳା ପରିଷଦ ସଦସ୍ୟା କାଞ୍ଚନ ବାଳା ଜେନାଙ୍କ ସହିତ ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟଙ୍କ ସହିତ ବ୍ଲକର ସମସ୍ତ ଲାଇନ ବିଭାଗର ଅଫିସର ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଜିପିଇଓ ରାମଚନ୍ଦ୍ର ମାରାଣ୍ଡି ପୂର୍ବ ବୈଠକର ବିବରଣୀ ପାଠ କରି ଥିଲା।
