ମୟୁରଭଞ୍ଜ କଲେଜ ଅଫ ଆକାଉଟେନସି ଏଣ୍ଡ ମ୍ୟାନେଜମେଂଟର ବାର୍ଷିକ କ୍ରୀଡା ପ୍ରତିଯୋଗିତା
ବାରିପଦା : ମହାରାଜପୁର ସ୍ଥିତ ମୟୂରଭଂ କଲେଜ ଅଫ ଆକାଉଟେନସି ଆଣ୍ଡ ମ୍ୟାନେଜମେଂଟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉପାଧ୍ୟକ୍ଷା ସଂଘମିତ୍ରା ରାଉତଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବାର୍ଷିକ ପ୍ରତିଯୋଗିତାରେ ଉଭୟ ଆଉଟଡୋର ଏବଂ ଇନଡୋର ଖେଳ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଡ୍ରାମା, ମନୋପ୍ଲେ, ନାଚ, ଗୀତ, ଝୋଟି, ମେହେନ୍ଦି, ମୁରୁଜ, ପୁଚି ଏବଂ ମ୍ୟୁଜିକ ଚେୟାର ସହ ଆଉଟଡୋର ପ୍ରତିଯୋଗିତାରେ ଉଭୟ ବାଳକ ଏବଂ ବାଳିକା ମାନଙ୍କ ର ୧୦୦ ମି ଦୌଡ ,୨୦୦ ମି ଦୌଡ , ଜାଭଲିନ ଥ୍ରୋ, ଡିସ୍କସ୍ ଥ୍ରୋ, ସଟଫୁଟ ସହ ୪୦୦ମି ଦୌଡ, ଲଙ୍ଗ ଜମ୍ପ, ହାଇ ଜମ୍ପ, ୫କିମି ମାରାଥନ ଅନୁଷ୍ଠିତ ହୋଇଯାଇଅଛି । ୫ ଦିନ ବ୍ୟାପି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ କଲେଜ ର ଅଧକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ମଦନ ମୋହନ ସାହୁ,ଅଶୋକ କୁମାର ଦାସ, ଦେବିଦତ ରାଉତ, ବିଜୟା ନାୟକ, ମୀରା ସେନାପତି, ରୂପମଂଜରୀ ବେହେରା, ତୃପ୍ତି ଦାସ, ଅଙ୍କିତା ସାହୁ, ଦେବାଶ୍ରିତ ବିଶ୍ୱାଳ, ଜ୍ୟୋତିର୍ମୟୀ ଗିରି, ଅଭିପ୍ସା ନାୟକ, ପୁର୍ଣିମା ମହାନ୍ତ, ଦିପ୍ତୀଶ୍ରୀ ବେହେରା, ସସ୍ମିତା ସି, ପ୍ରତିଭା ଦାସ, ସୁଶ୍ରୀ ନାୟକ, ସୁଜାତା ପାଲ, ସଂଯୁକ୍ତା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
