ସ୍ୱାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ ଦାବୀପୁରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ବାରିପଦା : ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖୀ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଓ ସ୍ୱାସ୍ଥ୍ୟ ପରିଦର୍ଶିକା ମାନେ ଆଜି କ୍ୟାଡ଼ର ପୁନର୍ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା ପ୍ରଦର୍ଶନକରୁଥିବା, ସରକାରୀ କର୍ମଚାରୀ ମାନେ ଚାକିରୀ କାଳରେ ୪ ରୁ ୮ ଟି ପଦୋନ୍ନତି ପାଉଥିବା ବେଳେ ଏହି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ମାତ୍ର ଗୋଟିଏ ପଦୋନ୍ନତି ମିଳୁଥିବାରୁ ଅଧିକ ପଦନ୍ନୋତି ଯୋଗାଇଦେବା, ସ୍ୱାସ୍ଥ୍ୟ ମନ୍ତ୍ରୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ରାଜ୍ୟ କର୍ମକର୍ତାଙ୍କ ସହ ଆଲୋଚନା କରି ଦାବୀ ପୂରଣ କ୍ଷେତ୍ରରେ ଦେଇଥିବା ପ୍ରତିଶ୍ରୁତି ପୁରଣ କରିବା, ଗ୍ରେଡପେ ବୃଦ୍ଧି କରିବା, ପୋଷାକ ଭତା ପ୍ରଦାନ କରିବା ଆଦି ୫ ଦଫା ଦାବୀ ରେ ଆଜି ସ୍ୱାସ୍ଥ୍ୟକର୍ମୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ କ୍ଷେତ୍ରରେ ସରକାର ଯଦି ତ୍ୱରିତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କାର୍ଯ୍ୟରତ ୨୦ହଜାର ସ୍ୱାସ୍ଥ୍ୟ କର୍ମୀ ଆସନ୍ତା ଦିସେମ୍ବର ୧୪ ତାରିଖ ଠାରୁ ଅସହଯୋଗ ଆନ୍ଦୋଳନ କରିବେ ଏବଂ ଡିସେମ୍ବର ୨୧ ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ତୃଣମୂଳସ୍ତରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ଯଥା ଟୀକାକରଣ ମମତା ଦିବସ ପରିଚାଳନା, ଜାତୀୟ ସ୍ୱାସ୍ଥ୍ୟ ଦିବସ ପରିଚାଳନା, ଯକ୍ଷ୍ମାରୋଗୀ ମାନଙ୍କୁ ହସ୍ପିଟାଲକୁ ପ୍ରେରଣ କରିବା, କୁଷ୍ଠ ରୋଗର ନିରାକରଣ, ଅନ୍ଧତ୍ୱ ଦୂରୀକରଣ ସଚେତନତା, ଗାଁ କଲ୍ୟାଣ ସମିତି ପରିଚାଳନା, ଅଣ-ସଂକ୍ରାମକ ରୋଗ ଶିବିର ପରିଚାଳନା, ଇତ୍ୟାଦିକାର୍ଯ୍ୟ କରିବେ ନାହିଁ ଏବଂ ସେଥିପାଇଁ କର୍ତୃପକ୍ଷ ଦାୟୀ ରହିବେ ବୋଲି କହିଛନ୍ତି ।
