ନାରୀ ସଶକ୍ତିକରଣ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ
କଟକ : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଂଜ ହରିଦ୍ୱାରର ତତ୍ୱାବଧାନରେ ଗାୟତ୍ରୀ ଶକ୍ତିପୀଠ କଟକ ତରଫରୁ ଅନୁଷ୍ଠିତ ନାରୀ ସଶକ୍ତିକରଣ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ ହୋଇଯାଇଛି । ରାଜେଶ କୁମାର ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିରେ ବହୁ ପ୍ରକାରର ସଂସ୍କାର ବିନା ଶୁଳ୍କରେ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ସୁକାନ୍ତି ବିଶୋଇଙ୍କ ସହ ଦେବରାଜ କାଳସୀ, ନଦୀଆ କିଶୋର ଜେନା, ସୂର୍ଯ୍ୟନାରାୟଣ ସାହୁ, କପିଳ ଟଙ୍କ, ସୁଶାନ୍ତ କୁମାର ସାହୁ, ନିଶାକର ସେଠୀ, ମାନସ ମହାନ୍ତି, ନିର୍ମଳା ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
