୩ ଛେଳି ଚୋର ଗିରଫ
କଟକ : ଜଗତପୁର ଥାନା ପୋଲିସ ୩ ଜଣଙ୍କୁ ଛେଳି ଚୋରି କରୁଥିବା ଅଭିଯୋଗରେ ଗିରଫ କରିଛି । ଗିରଫ ଅଭିଯୁକ୍ତ ଲାଲବାଗ ଥାନା ଅନ୍ତର୍ଗତ ଖଟବିନ ସାହିର ଅବଦ୍ଦୁଲ କାଦିର ଓରଫ ରାଜା(୨୨), ଦେୱାନବଜାରର ସେକ ବାସିଦ୍(୩୨) ଓ ଦରଘାବଜାର ଥାନା ଅନ୍ତର୍ଗତ କଦମ ରସୁଲର ସେକ ମୁନିଫ ଓରଫ ସୁନିଲ(୨୬) । ମିଳିଥିବା ସୂଚନା ମୁତାବକ, ରାଜା, ସୁନିଲ ଓ ବାସିଦ୍ ଏକ ମୋଟର ସାଇକେଲରେ ଆସି ପଦ୍ମପୁୁରର ବିଲରେ ଚରିବାକୁ ବନ୍ଧା ହୋଇଥିବା ଏକ ଛେଳିକୁ ଚୋରି କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିନେବାରୁ ସେକ ବାସିଦ ଧରାପଡିଥିଲା ଓ ଅନ୍ୟମାନେ ଫେରାର ହୋଇଯାଇଥିଲେ । ଆଜି ପୋଲିସ୍ ୩ ଜଣ ଯାକ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
