କେନ୍ଦୁଝରରେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା
କେନ୍ଦୁଝର : ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଆଦିବାସୀ ସଂପ୍ରଦାୟ ମଧ୍ୟରେ ଆଜି ବି ଅନ୍ଧବିଶ୍ୱାସ ବଂଚି ରହିଛି । ଯେଉଁଥିପାଇିଂ ଅନେକ ସମୟରେ ଅନେକ ନିରୀହ ଦମ୍ପତିଙ୍କୁ ପ୍ରାଣ ହରାଇବାକୁ ପଡିଥାଏ । ଆଦିବାସୀ ମାନଙ୍କ ମଧ୍ୟରେ ଜମାଟ ବାନ୍ଧିରହିଥିବା ଅନ୍ଧ ବିଶ୍ୱାସରୁ ସେମାନଙ୍କୁ ମୁକ୍ତ କରିବା ଲାଗି ସରକାରଙ୍କ ସମସ୍ତ ପ୍ରଚେଷ୍ଟା ଏକ ପ୍ରକାର ଫେଲ ମାରିଥିବା କୁହାଯାଇପାରେ । ଗୁଣିଗାରେଡି ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ ଏକ ଦମ୍ପତିଙ୍କ ହତ୍ୟା ଏହାର ଜ୍ୱଳନ୍ତ ଉଦାହରଁ ବୋଲି କୁହାଯାଇପାରେ । ଗତକାଲି ବିଳମ୍ବିତ ରାତ୍ରୀରେ କେନ୍ଦୁଝର ଜିଲ୍ଲାର ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଝୁମୁକିପାଟିଆ ସାହୀରେ ଶୋଇଥିବା ଅବସ୍ଥାରେ କେହି ଦୂର୍ବୃର୍ତ ସ୍ୱାମୀ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ମୃତକ ଦ୍ୱୟ ହେଲେ ବାହାଡା ମୁର୍ମୁ ଓ ଧାନୀ ମୁର୍ମୁ । ଘଟଣାସ୍ଥଳରେ ପହଚିଂ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ବି ଘଟଣାର କାରଣ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଏହି ହତ୍ୟାକାଣ୍ଡ ପଛରେ ଗୁଣିଗାରେଡି କାରଣ ଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତ୍ରୀରେ ଖାଇ ପିଇ ସାରି ଉଭୟେ ସ୍ୱାମୀ ସ୍ତ୍ରୀ ଘର ବାହାରେ ଶୋଇଥିଲେ । ବିଲମ†ିତ ରାତ୍ରୀରେ ଚିତ୍କାର ଶୁଣି ଘର ଭିତରେ ଶୋଇଥିବା ତାଙ୍କର ଝିଅ ସିନିଗୋ ମୁର୍ମୁ ଘର ଭିତରୁ ବାହାରି ଆସି ଦେଖିଲା ବେଳକୁ ବାପ ମା ଦୁହିଁ ଙ୍କୁ ରକ୍ତାତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହି ଦେଖି ସେ ସଙ୍ଗେ ସଙ୍ଗେ ସଂପର୍କୀୟ ମାନଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଘଚଗାଁ ଏସ.ଡି.ପି.ଓ . ସୁଶୀଲ କୁମାର ମିଶ୍ର ଙ୍କ ସହ ହରିଚନ୍ଦନପୁର ଓ ଦୈତାରୀ ପୋଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି । ମୃତ ଦେହ ଦ୍ୱୟକୁ ଆନନ୍ଦପୁର ମେଡିକାଲରେ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକ ବାହାଡା ମୁର୍ମୁ ଗ୍ରାମ ଦେବତୀଙ୍କର ପୂଜକ ଭାବେ କାମ କରୁଥିଲେ ଏବଂ ଝଡାଫୁଙ୍କା ମଧ୍ୟ କରୁଥିବା ଗ୍ରାମ ଲୋକଙ୍କଠାରୁ ସୂଚନା ମିଳିଛି । ସେହି ଦୃଷ୍ଟିରୁ ପତି ପତ୍ନୀଙ୍କୁ ହୁଏତ ଗୁଣିଗାରେଡି କରୁଥିବାର ସନ୍ଦେହ କରି କେହି ହଭଳି ବିଭତ୍ସଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସମୟରେ ଏଙଳି ଘଟଣା ମାନ ଘଟୁଥିଲେ ମଧ୍ୟ ତାହା ଉପରେ ଅଙ୍କୁଶ ଲାଗି ନପାରିବା ଦୁଖଃଦ ଘଟଣା ବୋଲି ମତ ପ୍ରକାଶ ପାଇଛି ।
