ଲୋଇସିଙ୍ଗା ପାଟନାଗଡ଼ ବନ କର୍ମଚାରୀ ପାଣ୍ଡ୍ରିଡୁଙ୍ଗୁରୀ ଗ୍ରାମ ରେ ଆଠଟି ଶାଳ ଗଣ୍ଡି ଜବତ କରି ଟ୍ରାକଟର ସମେତ ଦୁଇଜଣଙ୍କୁ ଗିରଫ କଲେ
ବଲାଙ୍ଗିର : ଗତକାଲି୦୯ ତାରିଖରେ, ପ୍ରାୟ ସନ୍ଧ୍ୟା ୬.୦୦ ଘଂଟା ସମୟରେ, ଲୋଇସିଂହା ଏବଂ ପାଟନାଗଡ ରେଞ୍ଜ ର କର୍ମଚାରୀମାନେ ଲୋଇସିଂହା ବିଭାଗର ପାଣ୍ଡ୍ରିଡୁଙ୍ଗୁରୀ ଗ୍ରାମ ନିକଟରେ ଆଠଟି ଶାଳ ଗଣ୍ଡି ଲୋଡ କରି ଯାଉଥିବା ଏକ ଟ୍ରାକ୍ଟରକୁ ଜବତ କରି ଥିଲେ । ଘଟଣାସ୍ଥଳରେ କର୍ମଚାରୀମାନେ ଦୁଇ ଜଣଙ୍କୁ ଗିରଫ କରିଥିଲେ । ଡ୍ରାଇଭର ପଦ୍ମଲୋଚନ ବରିହା ଏବଂ ପାଟୁଆପାଲି ଗାଁର ନେପାଳ ପଧାନ । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସରେ ଅଣାଯାଇଥିଲା । ପାଉଲ ହରପାଲ, ରେଞ୍ଜ ଅଧିକାରୀ, ଲୋଇସିଂହା ରେଞ୍ଜ, ଆନନ୍ଦ ଚନ୍ଦ୍ର ବିଶି, ରେଞ୍ଜ ଅଧିକାରୀ, ପାଟନାଗଡ ରେଞ୍ଜ; ଠଣସୁନ୍ଦର ଧରୁଆ, ଫରେଷ୍ଟର; ବିମ୍ବାଧର ବେହେରା, ଫରେଷ୍ଟର, ଶ୍ରୀତମ ନାୟକ, ଫରେଷ୍ଟର; ଏହି ଚଢ଼ାଉରେ ସାମିଲ ଥିଲେ ।
