ଅନଲାଇନ୍ ଅର୍ଡରରୁ ଠକେଇ
କଟକ : ଅନଲାଇନ୍ ଅର୍ଡରରୁ ଜଣେ ନାବାଳିକା ସାଇବର ଠକାମୀରେ ପଡିଛି । କଟକ ନୂଆବଜାର ଅଂଚଳର ଜଣେ ନାବାଳିକା ନିଜର ଅନଲାଇନ୍ ଅର୍ଡର ରିସିଭ୍ କରିବା ପାଇଁ ଇ-କାର୍ଟରୁ ଏକ କଲ୍ ଆସିଥିଲା । ତେବେ ନାବାଳିକା ଜଣକ ଘରେ ନଥିବାରୁ ନିଜ ମା’ଙ୍କୁ ଏହି ଅନଲାଇନ ଅର୍ଡରକୁ ରିସିଭ କରିବାକୁ ଫୋନ ଯୋଗେ କହିଥିଲା । ଏହାପରେ ନାବାଳିକାଙ୍କ ମା ୪୦୦ ଟଙ୍କା ଦେଇ ଅର୍ଡର ରିସିଭ କରିଥିଲେ । ହେଲେ ପାର୍ସଲ ଭିତରୁ ଦୁର୍ଗନ୍ଧ କପଡା ବାହାରିଥିଲା । ଯାହା ଫଳରେ ଏହାକୁ ଫେରସ୍ତ ପାଇଁ ଉକ୍ତ ନମ୍ବରରେ ଡେଲିଭରି ବୟ ସହ ସେମାନେ ଯୋଗାଯୋଗ କରିଥିଲେ । ଏହାପରେ ସାଇବର ଲୁଟେରା ତାଙ୍କୁ ଫୋନ ପେ ନମ୍ବର ମାଗିଥିଲେ ଟଙ୍କା ଫେରସ୍ତ କରିବାକୁ । ନାବାଳିକା ଜଣକ ତାଙ୍କର ଫୋନ ପେ ନଥିବାରୁ ତାଙ୍କ ପଡୋଶୀଙ୍କ ଫୋନ ପେ ନମ୍ବରଟି ଡେଲିଭରି ବୟଙ୍କୁ ଦେଇଥିଲେ । ଏହାପରେ ସାଇବର ଲୁଟେରା କହିଲେ ଫୋନ ପେରେ ଏକ ଲିଙ୍କ ଦିଆଯାଇଛି ସେଥିରେ କ୍ଲିକ କରିଦେବେ । ତେବେ ପଡୋଶୀ ଜଣକ ଏଥିରେ କ୍ଲିକ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ଆଖିପିଛୁଳାକେ ୧୯ ହଜାର ଟଙ୍କା ଖାଲି କରିଦେଲେ ସାଇବର ଲୁଟେରା । ଏନେଇ ନାବାଳିକା ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଥିବା ଏଡିସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।
