ବାରିପଦା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ବାରିପଦା : ସ୍ଥାନୀୟ ଭଂଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ବନ୍ଧୀୟ ମେଳା ଅନୁଷ୍ଠିତ ହୋଇଯାଇଛି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ ଏହି ମେଳାକୁ ଉଦଘାଟନ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଂଜନ ଆଚାର୍ଯ୍ୟ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତୀ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସିପ୍ରା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ଓ ଏହି ମେଳାରେ ପ୍ରାଥମିକ ବିଦ୍ୟାଳୟରୁ ୭ ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୪୩ ଟି ଓ ଉଚ୍ଚ ବିଦ୍ୟାଳୟରୁ ୩୨ ଟି ମିଶି ମୋଟ ୮୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ ସିନିଅର ଗ୍ରୁପରୁ ଶରତ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଆକାଂକ୍ଷା ଦେ, ଶ୍ରୀପଦଗଂଜ ଉଚ୍ଚ ବିଦ୍ୟାଳୟର ଗୋବିନ୍ଦ ଚନ୍ଦ୍ର ବେହେରା, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଦ୍ୟୁମ୍ନ ବେହେରା, ଭଂଜପୁର ଉଚ୍ଚ ବିଦ୍ୟାଳୟର ପବିତ୍ର ଦାଶ ଓ ରାଖାଲଗୋପ ଉଚ୍ଚ ବିଦ୍ୟାଳୟର ରୋହିତ କୁମାର ବେହେରା ଏବଂ ଜୁନିଅର ଗ୍ରୁପରୁ ଓଡିଶା ଆଦର୍ଶ ବିଦ୍ୟାଳୟର ସାଇ ଶଙ୍କର ମିଶ୍ର ଓ ଶରତ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସୌମେଶ ମହାନ୍ତଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା ଓ ସେମାନେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ଓ ଗୌତମ ଦାସ ମଂଚ ପରିଚାଳନା କରିଥିବା ବେଳେ ରତନା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ଓ
